Latest Odisha News

BREAKING NEWS

ତାମିଲନାଡୁ ଗ୍ୟାସ ଲିକ୍ ଘଟଣା, ଓଡ଼ିଶାର ଆଉ ଜଣେ ମହିଳାଙ୍କ ମୃତ୍ୟୁ…

ଭୁବନେଶ୍ୱର: ଗୁରୁବାର ଦିନ ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲାରେ ଥିବା ଏକ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ଏବଂ ରପ୍ତାନି ପ୍ଲାଣ୍ଟରେ ଆମୋନିଆ ଗ୍ୟାସ ଲିକ୍ ହେବା ଘଟଣାରେ  ଆଉ ଜଣେ ଓଡ଼ିଶାର ମହିଳାଙ୍କ ମୃତ୍ୟୁ ହୋଇଛି। ଯାହା ପରେ ମୃତ୍ୟୁ ସଂଖ୍ୟା ୧୧ରେ ପହଞ୍ଚିଛି।

ତାମିଲନାଡୁ ସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ, ମୃତକ ଜଣକ କେନ୍ଦୁଝରର ରୀତା ଜୁଆଙ୍ଗା ବୋଲି ଚିହ୍ନଟ କରାଯାଇଛି। ଯାହାଙ୍କର ଆଜି ସକାଳ ୭ଟାରେ ମୃତ୍ୟୁ ହୋଇଥିଲା। ପ୍ରାଣ ହରାଇଥିବା ରାଜ୍ୟର ଅନ୍ୟମାନେ ହେଲେ ସୁବାସୀ ଜୁଆଙ୍ଗା, ଗୁମାନୀ ଜୁଆଙ୍ଗା, ଫୁଲୋମଣି ଜୁଆଙ୍ଗା, ଶିବାନୀ ଜୁଆଙ୍ଗା, ଗୀତା ଜୁଆଙ୍ଗା, ଚମ୍ପାବତୀ ଜୁଆଙ୍ଗା, ପୂର୍ଣ୍ଣିମା ଜୁଆଙ୍ଗା ଏବଂ ପାର୍ବତୀ ଜୁଆଙ୍ଗା। ସମସ୍ତେ ଜୁଆଙ୍ଗା ସମ୍ପ୍ରଦାୟର। ଅନ୍ୟ ଦୁଇ ଜଣ ପୀଡିତ ଆସାମର।

ଜୁନ୍ ୨୩-୨୪ ରେ ସାତ ଜଣ ମୃତକଙ୍କ ପାର୍ଥିବ ଶରୀରକୁ ଓଡିଶାକୁ ବିମାନ ମାଧ୍ୟମରେ ପଠାଯାଇଥିଲା। ତେବେ ଆବଶ୍ୟକୀୟ ଆଇନଗତ ଔପଚାରିକତା ସମାପ୍ତ ହେବା ପରେ ବାକି ଚାରି ଜଣଙ୍କ ମୃତଦେହକୁ ସ୍ଥାନାନ୍ତର କରାଯିବ।

ପେରିଆପାଲାୟମ୍ ନିକଟସ୍ଥ ଏକ ଘରୋଇ ପ୍ରତିଷ୍ଠାନରେ ଜୁନ୍ ୨୧ ତାରିଖରେ ଘଟିଥିବା ଏହି ଘଟଣା ପରେ ଓଡ଼ିଶାରୁ ମୋଟ ୩୨ ଜଣ ପ୍ରବାସୀ ଶ୍ରମିକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Comments are closed.