Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଜାପାନ ଟେକ୍ନୋଲୋଜିରେ ଜଙ୍ଗଲ ସୃଷ୍ଟି କରି ଗ୍ରାମବାସୀଙ୍କୁ ହସ୍ତାନ୍ତର କଲା IOCL

ପାରାଦୀପ: ଜାପାନ ଟେକ୍ନୋଲୋଜିରେ ଜଙ୍ଗଲ । ଶୀଘ୍ର ବଢ଼ିବ ଗଛ । ଆଇଓସିଏଲ୍ ପକ୍ଷରୁ ଜାପାନର ଉନ୍ନତ ପ୍ରଣାଳୀରେ ହଳଦିଆ-ବରଉଣୀରେ ବୃକ୍ଷ ରୋପଣ କରାଯାଇଛି । ଯାହାର ନାଁ ରହିଛି ମିଆୱକି ଫରେଷ୍ଟ । ଜାପାନ ଟେକ୍ନୋଲୋଜିରେ ଏଠାରେ ବୃକ୍ଷରୋପଣ କରାଯାଇଥିବା ବେଳେ ଗଛ ଗୁଡ଼ିକ ଖୁବଶୀଘ୍ର ବଢ଼ିବ । ଏକ ସ୍ୱତନ୍ତ୍ର ଉତ୍ସବରେ ଗ୍ୟାମ୍ୟ ଜଙ୍ଗଲକୁ ଗ୍ରାମବାସୀଙ୍କୁ ହସ୍ତାନ୍ତର କରିଛି ଆଇଓସିଏଲ୍ ।

BjdElectrycity

ଗତ ମେ ୨୬ ତାରିଖରେ ପାଇପଲାଇନରେ ପାରାଦୀପରୁ କ୍ରୁଡ୍ ଅଏଲ୍ ହଳଦିଆ ଯାଉଥିବା ବେଳେ ଫାଟି ଯାଇଥିଲା । ଲକ୍ଷାଧିକ ଲିଟର ଅଶୋଧିତ ତୈଳ ଗ୍ରାମ୍ୟ ଜଙ୍ଗଲ ସମେତ ନାଳରେ ବୋହି ଯାଇଥିଲା । ପରେ କମ୍ପାନୀ ପକ୍ଷରୁ ସେଠାରେ ବାଲି ପକାଇ ପୋତା ଯାଇଥିଲା । ପରେ ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ଉକ୍ତ ସ୍ଥାନରେ ଜାପାନ ଟେକ୍ନୋଲୋଜିରେ ବୃକ୍ଷ ରୋପଣ କରି ଜଙ୍ଗଲ ସୃଷ୍ଟି କରିଛି ଆଇସିଓଲ୍ ।

ବୁଧବାର ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ଗ୍ରାମ୍ୟ ଜଙ୍ଗଲକୁ ଗ୍ରାମ୍ୟ କମିଟିକୁ ହସ୍ତାନ୍ତର କରିଛନ୍ତି କମ୍ପାନୀ କର୍ତ୍ତୃପକ୍ଷ । ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାଇପ୍ ଲାଇନର କାର୍ଯ୍ୟକାରୀ ନିର୍ଦ୍ଦେଶକ ସଞ୍ଜୟ କୁମାର ଭି, ମୁଖ୍ୟ ମହା ପ୍ରବନ୍ଧକ ଆଲୋକ କୁମାର ସାହୁ, ଆଞ୍ଚଳିକ ପ୍ରଦୂଷଣ ବୋର୍ଡ ପାରାଦୀପ ଅଧିକାରୀ ବିବେଚିତା ଷଡ଼ଙ୍ଗୀ, ପାରାଦୀପ ଗଡ଼ ସରପଞ୍ଚଙ୍କ ପ୍ରତିନିଧି ସଞ୍ଜୟ ବେହେରା ଓ ଗ୍ରାମ୍ୟ କମିଟି ସଭାପତି ସୁରେନ୍ଦ୍ର ମହନ୍ତ ପ୍ରମୁଖ ଯୋଗ ଦେଇଥିଲେ । ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ଆଇଓସିଏଲ୍ ପାଇପ୍ ଲାଇନ୍ ସବୁ ପ୍ରକାର ସହଯୋଗ କରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.