ନୂଆଦିଲ୍ଲୀ: ଗତବର୍ଷ ସେପ୍ଟେମ୍ବର ମାସରେ ଆପଲ୍ ଆଇଫୋନ୍ 16 ସିରିଜ୍ ଲଞ୍ଚ କରିଥିଲା । ଏହାକୁ ଛଅ ମାସରୁ ଅଧିକ ସମୟ ବିତିଗଲାଣି,ବର୍ତ୍ତମାନ କମ୍ପାନୀର ପରବର୍ତ୍ତୀ GEN iPhone 17 ଲାଇନ୍ଅପ୍ ବିଷୟରେ ଚର୍ଚ୍ଚା ହେଉଛି । ଆପଲ୍ ଏଥର ଆଇଫୋନରେ ଅନେକ ପରିବର୍ତ୍ତନ କରିବାକୁ ଯାଉଛି,ଯେଉଁଥିରେ ଡିଜାଇନ୍, କ୍ୟାମେରା ଅପଗ୍ରେଡ୍ ଏବଂ ପରଫମାନ୍ସ ଅପଗ୍ରେଡ୍ ସାମିଲ ଅଛି ।
iPhone 17 Pro, iPhone 17 Pro Max ଚଳିତ ବର୍ଷ ସେପ୍ଟେମ୍ବରରେ ଲଞ୍ଚ ହେବ। ଅନୁମାନ କରାଯାଉଛି ଯେ ଆପଲର ଏହି ଫ୍ଲାଗସିପ୍ ସ୍ମାର୍ଟଫୋନ୍ ଗୁଡିକ 48MP ଟେଲିଫୋଟୋ କ୍ୟାମେରା ସହିତ ଆସିପାରେ । ମିଡିଆ ରିପୋର୍ଟ ଅନୁଯାୟୀ, ନୂତନ ଆଇଫୋନ୍ 17 ସିରିଜର ଡିଜାଇନରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଆପଲ୍ ଗତ ବର୍ଷ ଲଞ୍ଚ ହୋଇଥିବା iPhone 16, iPhone 16 Plusର କ୍ୟାମେରା ମଡ୍ୟୁଲରେ ପରିବର୍ତ୍ତନ କରିଥିଲା। ଏଥର କମ୍ପାନୀ ପ୍ରୋ ମଡେଲଗୁଡିକର କ୍ୟାମେରା ମଡ୍ୟୁଲ୍ ପରିବର୍ତ୍ତନ କରିପାରେ ।
ମିଡିଆ ରିପୋର୍ଟ ଅନୁସାରେ, iPhone 17 Pro ସିରିଜର ଏହି ଦୁଇଟି ମଡେଲରେ 48MPର ଟେଲିଫୋଟୋ କ୍ୟାମେରା ରହିବ । ଯେଉଁଥିରେ ଫ୍ଲେକ୍ସିବଲ୍ ଲେନ୍ସ ମଧ୍ୟ ମିଳିପାରେ । ଏହା ସହିତ 35mm ଏବଂ 85mm ଲେନ୍ସ ମଧ୍ୟ ମିଳିପାରେ । ଏହା ବ୍ୟତୀତ, iPhone 17 Proସିରିଜର କ୍ୟାମେରା 3.5x ଅପ୍ଟିକାଲ୍ ଜୁମ୍ କୁ ସପୋର୍ଟ କରିବ । ଫୋନରେ ଏକ ନୂତନ ଟେଲିଫୋଟୋ କ୍ୟାମେରା ଉପଲବ୍ଧ ହେବ, ଯାହା ଲୋ-ଲାଇଟ୍ ସଟ ନେବା ପାଇଁ ଉପଯୋଗୀ ହେବ ।
ଏହି ନୂତନ ଆଇଫୋନ୍ ସିରିଜରେ ଚାରୋଟି ମଡେଲ୍ ଲଞ୍ଚ ହୋଇପାରେ। ଯେଉଁଥିରେ iPhone 17, iPhone 17 Air, iPhone 17 Pro ଓ iPhone 17 Pro Max ଅନ୍ତର୍ଭୁକ୍ତ ହୋଇପାରେ । ମିଡିଆ ରିପୋର୍ଟ ଅନୁଯାୟୀ ଆପଲ୍ ଏଥର ଏହାର ପ୍ଲସ୍ ମଡେଲ୍ ଲଞ୍ଚ କରିବ ନାହିଁ। କିନ୍ତୁ ନୂତନ ଆଇଫୋନ୍ 17 ସିରିଜ୍ ରେ ଆପଣ A19 Bionic ସିରିଜ୍ ପ୍ରୋସେସର୍ ପାଇପାରିବେ । ଆପଣ ବ୍ୟାଟେରୀ ଏବଂ ଫୋନର ଷ୍ଟୋରେଜରେ ମଧ୍ୟ ଅପଗ୍ରେଡ୍ ପାଇବେ ।
କିଛି ଦିନ ତଳେ ଆଇଫୋନ୍ 17 ପ୍ରୋ, ଆଇଫୋନ୍ 17 ପ୍ରୋ ମ୍ୟାକ୍ସର ଡମି ୟୁନିଟ୍ ସାମ୍ନାକୁ ଆସିଛି । ଆପଲ୍ ର ଆଗାମୀ ଆଇଫୋନର ଅନ୍ୟ ହାର୍ଡୱେର୍ ଫିଚର ମଧ୍ୟ ଭିନ୍ନ ହୋଇପାରେ ।
Comments are closed.