Latest Odisha News

BREAKING NEWS

ଆଇପିଏଲକୁ ସ୍ଥଗିତ କରାଯିବା ନିଷ୍ପତ୍ତି ସମସ୍ତଙ୍କ ପାଇଁ ଉଚିତ୍ ପଦକ୍ଷେପ: ଗାଙ୍ଗୁଲି

ମୁମ୍ବାଇ: ଆଇପିଏଲ ୧୩ଶ ସଂସ୍କରଣ ହେବ କି ନାହିଁ ସେ ସମ୍ପର୍କରେ ଆଜି ପରୋକ୍ଷରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ମୁହଁ ଖୋଲିଛନ୍ତି ।  ଆମେ ଆଇପିଏଲ୍ ଆୟୋଜନ କରିବାକୁ ଚାହୁଁଛୁ, କିନ୍ତୁ ସୁରକ୍ଷାକୁ ଅଣଦେଖା କରିପାରିବୁ ନାହିଁ । ତେଣୁ ବର୍ତ୍ତମାନ ଆଇପିଏଲକୁ ସ୍ଥଗିତ କରାଯିବା ନିଷ୍ପତ୍ତି ସମସ୍ତଙ୍କ ପାଇଁ ଉଚିତ୍ ପଦକ୍ଷେପ ବୋଲି ଗାଙ୍ଗୁଲି କହିଛନ୍ତି ।  କୋଭିଡ୍‌-୧୯ ପ୍ରକୋପ କାରଣରୁ ଏପ୍ରିଲ୍ ୧୫ ତାରିଖ ପର୍ୟ୍ୟନ୍ତ ସ୍ଥଗିତ ହୋଇଥିବା ଆଇପିଏଲ୍ ଯଦି ଆରମ୍ଭ ହୁଏ, ତାହେଲେ ଏଥିରେ କାଣ୍ଟଛାଣ୍ଟ ହେବ ।

ଚଳିତ ବର୍ଷ ଆଇପିଏଲ୍ ମାର୍ଚ୍ଚ ୨୯ ତାରିଖରେ ଆରମ୍ଭ ହେବାର ଥିଲା, କିନ୍ତୁ ବିସିସିଆଇ ଏହାକୁ ଏପ୍ରିଲ୍ ୧୫ ତାରିଖ ପର୍ୟ୍ୟନ୍ତ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଆଇପିଏଲ୍ ପୁନର୍ବାର ଆରମ୍ଭ ହେବା ଉପରେ ଗାଙ୍ଗୁଲି କହିଛନ୍ତି, ଯେହେତୁ ଆଇପିଏଲ୍ ନିର୍ଦ୍ଧାରିତ ସମୟଠାରୁ ୧୫ଦିନ ଘୁଞ୍ଚି ଯାଇଥିବ, ତେଣୁ ଏହାକୁ କାଣ୍ଟଛାଟ୍ କରାଯିବ।  ବର୍ତ୍ତମାନ ଆମ ପାଇଁ ସୁରକ୍ଷା ମୁଖ୍ୟ ପ୍ରାଥମିକତା। ଆଇପିଏଲକୁ ନେଇ ଆମେ ଫ୍ରାଞ୍ଚାଇଜି ମାଲିକଙ୍କ ସହ ଆଲୋଚନା କରିଛୁ। ଆଇପିଏଲ୍ ଆଗାମୀ ଦିନରେ କିପରି ଆୟୋଜିତ ହେବ, ସେ ନେଇ ଆମେ ସବୁ ଟିମର ଫ୍ରାଞ୍ଚାଇଜିଙ୍କ ସହ ବିସ୍ତୁତ ଭାବେ ଚର୍ଚ୍ଚା କରିଛୁ। ଆମେ ପ୍ରତି ସପ୍ତାହରେ ପରିସ୍ଥିତିର ସମୀକ୍ଷା କରିବୁ।

Leave A Reply

Your email address will not be published.