Latest Odisha News

BREAKING NEWS

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ; ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଚତୁର୍ଥ ମତଦାନ ସକାଳ ୭ଟାରୁ ଚାଲିଛି । ୫ ଜିଲ୍ଲାର ୪୪ଟି ଆସନ ପାଇଁ ହେଉଛି ଭୋଟ୍ ଗ୍ରହଣ । ମୈଦାନରେ ୩୭୩ ଜଣ ପ୍ରାର୍ଥୀ ନିଜ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି । ଚତୁର୍ଥ ପର୍ଯ୍ୟାୟରେ ହାଇପ୍ରୋଫାଇଲ୍ ମୁକାବିଲାରେ ବିଜେପିର ୨ ସାଂସଦ, ବିଧାୟକ ହେବା ପାଇଁ ନିର୍ବାଚନ ଲଢ଼ୁଛନ୍ତି । କେନ୍ଦ୍ରୀ ମନ୍ତ୍ରୀ ବାବୁଲ୍ ସୁପ୍ରିୟୋଙ୍କ ଠାରୁ ନେଇ ପଶ୍ଚିମବଙ୍ଗର ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ଅରୂପ ବିଶ୍ୱାସଙ୍କ ସହ ବିଜେପି ଓ ଟିଏମସିର ବରିଷ୍ଠ ନେତାଙ୍କ ରାଜନୀତିକ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା ।

ଚତୁର୍ଥ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୫ ଜିଲ୍ଲାର ୪୪ଟି ଆସନରେ ଭୋଟ୍ ଗ୍ରହଣ ଚାଲିଛି । ହାୱଡ଼ା ଜିଲ୍ଲାର ୯ଟି ଆସନ, ଦକ୍ଷିଣ ୨୪ ପ୍ରଗଣାର ୧୧ ଆସନ, ହୁଗଳି ଜିଲ୍ଲାର ୧୦ ଆସନ, ଅଲିପୁରଦ୍ୱାର ଜିଲ୍ଲାର ୫ଟି ଆସନ ଓ କୁଚ୍ ବିହାର ଜିଲ୍ଲାର ସମସ୍ତ ୯ଟି ଆସନରେ ଚାଲିଛି ମତଦାନ । ଏହି ପର୍ଯ୍ୟାୟରେ ୨୮ ପ୍ରତିଶତ ଅନୁସୂଚିତ ଜାତି ଓ ଜନଜାତିଙ୍କର ଭୋଟର ଥିବାବେଳେ ୨୦ ପ୍ରତିଶତ ମୁସଲିମ୍ ଓ ୨୦ ପ୍ରତିଶତ ରାଜବଂଶୀ ସମୁଦାୟ ଭୋଟର ଅଛନ୍ତି ।

Leave A Reply

Your email address will not be published.