Latest Odisha News

ଆଇପିଏଲ ୨୦୨୪: ନିରାଶ କରୁଛନ୍ତି ଦାମୀ ଖେଳାଳି

ମୁମ୍ବାଇ: ଚଳିତ ଆଇପିଏଲରେ ୧୦ କୋଟିରୁ ଊର୍ଦ୍ଧ୍ୱ ୬ଜଣ ଖେଳାଳିଙ୍କ ଉପରେ ଫ୍ରାଂଚାଇଜ ବାଜି ଲଗାଇଥିଲେ । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର, ଚେନ୍ନାଇ ସୁପର କିଙ୍ଗସ ଓ ଗୁଜରାଟ ଟାଇଟାନ୍ସର କେତେକ ଖେଳାଳିଙ୍କ ଉପରେ ଆବଶ୍ୟକତାଠାରୁ ଅଧିକ ଅର୍ଥ ଲଗାଇବା ମହଙ୍ଗା ସାବ୍ୟସ୍ତ ହୋଇଛି । କେକେଆର ମିଚେଲ ଷ୍ଟାର୍କଙ୍କ ଉପରେ ୨୪.୭୫ କୋଟି ଓ ସନରାଇଜର୍ସ ହାଇଦ୍ରାବାଦ ପ୍ୟାଟ କୁମିନ୍ସଙ୍କ ଉପରେ ୨୦.୫୦ କୋଟିର ବୋଲି ଲଗାଇଥିଲା । କୁମିନ୍ସ ଅବଶ୍ୟ ଠିକଠାକ ପ୍ରଦର୍ଶନ ଜାରୀ ରଖିଛନ୍ତି । ତେବେ ସବୁଠାରୁ ବେଶୀ ନିରାଶ କାମେରୁନ ଗ୍ରୀନ କରୁଛନ୍ତି । ଆରସିବି ତାଙ୍କୁ ୧୭.୫୦ କୋଟି ଟଙ୍କାରେ ନେଇଥିଲା । ତେବେ ଏହି ଦାମୀ ଖେଳାଳି ୫ ମ୍ୟାଚରେ ୬୮ ରନ ଦେଇ କୌଣସି ୱିକେଟ ନେଇ ନାହାନ୍ତି । ମୁମ୍ବାଇ ବିପକ୍ଷରେ ଦଳ ବାଧ୍ୟ ହୋଇ ତାଙ୍କୁ ବସାଇଥିଲା ।

୧୧ କୋଟିରେ କ୍ରୟ କରାଯାଇଥିବା ଅଲଜାରୀ ଜୋସେଫ ଓ ଗ୍ଲେନ ମ୍ୟାକ୍ସୱେଲ ମଧ୍ୟ ଆରସିବିକୁ ଅସୁବିଧାରେ ପକାଇଛନ୍ତି । ମ୍ୟାକ୍ସୱେଲ ୬ ମ୍ୟାଚରେ ୩୨ ରନ କରିଥିବା ବେଳେ ଜୋସେଫ ୩ଟି ମ୍ୟାଚ ଖେଳି ମହଙ୍ଗା ସାବ୍ୟସ୍ତ ହେବା ଦଳ ତାଙ୍କ ବଦଳରେ ରିସ ଟପେଲଙ୍କୁ ଖେଳାଇଛି । ଚେନ୍ନାଇ ଡାରେଲ ମିଚେଲଙ୍କୁ ୧୪ କୋଟି ଟଙ୍କାରେ ଦଳରେ ନେଇଥିଲା । ସେ ୫ଟି ମ୍ୟାଚରେ ୧୧୮ ରନ କରିଛନ୍ତି । ଗୁଜରାଟ ଟାଇଟାନ୍ସର ସ୍ପେନ୍ସର ଜନଶନ ୪ଟି ମ୍ୟାଚ ଖେଳି ୩ଟି ୱିକେଟ ନେଇଛନ୍ତି । ତାଙ୍କୁ ଦଳ ୧୦ କୋଟିରେ କିଣିଥିଲା ।

ହର୍ଷଲ ପଟେଲ(୧୧.୭୫ କୋଟି), ସମୀର ରିଜଭି(୮.୪୦) ଓ ରିଲି ରୋସେ(୮) ମଧ୍ୟ ସେମାନଙ୍କ ଦଳ ପାଇଁ ସେଭଳି ଖାସ ପ୍ରଦର୍ଶନ କରି ନାହାନ୍ତି । ଅପରପକ୍ଷରେ ୨୦ ଲକ୍ଷ ଟଙ୍କାରେ କିଣା ଯାଇଥିବା ଖେଳାଳି ତାଙ୍କ ଟିମକୁ ପ୍ରଦର୍ଶନ ବଳରେ ବିଜୟୀ କରାଉଛନ୍ତି । ସେମାନଙ୍କ ମଧ୍ୟରେ ଗୁଜରାଟର ସାଇ ସୁଦର୍ଶନ, ପଞ୍ଜାବ କିଙ୍ଗସର ଶଶାଙ୍କ ସିଂ, ଆଶୁତୋଷ ଶର୍ମା ଅନ୍ୟତମ ।

Leave A Reply

Your email address will not be published.