Latest Odisha News

BREAKING NEWS

ଆଇପିଏଲ୍ ରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ହେବ ମୁକାବିଲା

ଚଣ୍ଡିଗଡ଼: ଆଇପିଏଲ୍ ରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ହେବ ମୁକାବିଲା । ଦୁଇ ଦଳ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବେ । ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧିନ ମୁମ୍ବାଇ ଇଣ୍ଡିଆନ୍‌ସ ୬ଟି ମ୍ୟାଚ ଖେଳି ୨ଟି ବିଜୟ ହୋଇଥିବା ବେଳେ ୪ଟି ପରାଜିତ ହୋଇଛି। ଆଜି ମୁମ୍ବାଇ ଇଣ୍ଡିଆନ୍‌ସ ବ୍ୟାଟର ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଭଲ ପ୍ରଦର୍ଶନ ଦେଖିବାକୁ ଦର୍ଶକ ଅପେକ୍ଷା କରିଛନ୍ତି।

ରୋହିତ ଶେଷ ମ୍ୟାଚରେ ଶତକ ହାସଲ କରିଥିଲେ । ବୋଲିଂରେ ଦଳ ଆକାଶ ମଧୱାଲ୍‌, ଗେରାଲ୍ଡ  କୋଏଜି , ଯଶପ୍ରୀତ ବୁମ୍‌ରା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ନିର୍ଭର କରୁଛି । ଅନ୍ୟପଟେ ପଞ୍ଜାବ କିଙ୍ଗ୍‌ସ ୬ଟି ମ୍ୟାଚରୁ ୨ଟିରେ  ବିଜୟ ହୋଇଥିବା ବେଳେ ୪ଟିରେ  ପରାଜୟ ବରଣ କରିଛି । ବ୍ୟାଟିଂ ରେ ଦଳ ପ୍ରଭସିମରନ ସିଂହ, ଅଥର୍ବ ଟାଇଡେ, ଜନି ବେୟାରଷ୍ଟୋ, ଜିତେଶ ଶର୍ମା,  ସାମ କରନ, ଶଶାଙ୍କ ସିଂହ, ଲିୟାମ ଲିଭିଙ୍ଗଷ୍ଟୋନ ଙ୍କ ଉପରେ ନିର୍ଭର କରୁଛି।

Leave A Reply

Your email address will not be published.