Latest Odisha News

BREAKING NEWS

ଆଇପିଏଲ ୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟସୂଚୀ ଘୋଷିତ ହୋଇଛି । ଲୋକସଭା ନିର୍ବାଚନର ତାରିଖ ଘୋଷଣା ପରେ ଆୟୋଜକ କମିଟି ଏହି କାର୍ଯ୍ୟସୂଚୀ ଜାରୀ କରିଛି । ଏପ୍ରିଲ ୮ରୁ ଏହି ପର୍ଯ୍ୟାୟ ଆରମ୍ଭ ହେବ । ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ମ୍ୟାଚ ଚେପକ ଗ୍ରାଉଣ୍ଡରେ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ । ମେ ୨୬ରେ ଫାଇନାଲ ମ୍ୟାଚ ଚେନ୍ନାଇରେ ଆୟୋଜିତ ହେବ । ପୂର୍ବରୁ ଆୟୋଜକ କମିଟି ଫେବୃୟାରୀ ୨୨ରୁ ୨ ସପ୍ତାହ ପାଇଁ ୨୧ ମ୍ୟାଚର କାର୍ଯ୍ୟସୂଚୀ ଜାରୀ କରିଥିଲେ । ନିର୍ବାଚନ ତାରିଖକୁ ନେଇ ଏହି ଘୋଷଣା କରାଯାଇଥିଲା ।

ଗତ ସଂସ୍କରଣରେ ଗୁଜରାଟ ଟାଇଟାନ୍ସକୁ ହରାଇ ଚେନ୍ନାଇ ୫ମ ଥର ପାଇଁ ଟାଇଟଲ ହାସଲ କରିଥିଲା । ଚେନ୍ନାଇ ଓ ମୁମ୍ବାଇ ଇଣ୍ଡିଆନ୍ସ ସର୍ବାଧିକ ୫ ଥର ଲେଖାଏଁ ଚାମ୍ପିୟନ ହୋଇଛନ୍ତି । ଚଳିତ ସଂସ୍କରଣରେ ନୂଆ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଖେଳୁଥିବା ମୁମ୍ବାଇ ପ୍ରଥମ ମ୍ୟାଚରେ ଗୁଜରାଟଠାରୁ ହାରି ଯାଇଛି । ଅପରପକ୍ଷରେ ରିତୁରାଜ ଗାଏକ୍ୱାଡ ନେତୃତ୍ୱାଧୀନ ଚେନ୍ନାଇ ପ୍ରଥମ ମୁକାବିଲାରେ ବିଜୟ ହାସଲ କରିଛି ।

Leave A Reply

Your email address will not be published.