ମୁମ୍ବାଇ: ଆଇପିଏଲ ୨୦୨୫ ଆରମ୍ଭ ହେବା ପୂର୍ବରୁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ୧୦ଟି ଯାକ ଟିମର ଅଧିନାୟକଙ୍କୁ ଡକାଇଛି । ବିସିସିଆଇ ନୂତନ ନିୟମ ସମ୍ପର୍କରେ ଅବଗତ କରାଇବା ସହ ପ୍ରି ସିଜନ ଇଭେଂଟ ପାଇଁ ଅଧିନାୟକଙ୍କ ଫଟୋଶୁଟ ମଧ୍ୟ କରାଯିବ । ମାର୍ଚ୍ଚ ୨୦ରେ ବିସିସିଆଇ ଅଫିସରେ ଏହା ଆୟୋଜିତ ହେବ । ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇରେ ରହୁଥିବାରୁ ଅନ୍ୟମାନେ ଏଠାକୁ ଆସିବେ । କ୍ରିକବିଜରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ବୈଠକରେ ବିସିସିଆଇ ସମ୍ପୂର୍ଣ୍ଣ ଭାବେ ଆଇପିଏଲ ସମ୍ପର୍କରେ ଆଲୋଚନା କରିବ । ଏହି ଆଲୋଚନା ପ୍ରାୟ ୧ ଘଂଟା ଧରି ଚାଲିବ । ତାଜ ହୋଟେଲରେ ପ୍ରାୟୋଜକ କାର୍ଯ୍ୟକ୍ରମ ଆୟୋଜିତ ହେବ ।
ସାମିଲ ହେବାକୁ ଥିବା ଅଧିନାୟକମାନେ ହେଲେ- ଅକ୍ଷର ପଟେଲ(ଦିଲ୍ଲୀ କ୍ୟାପିଟାଲ୍ସ), ହାର୍ଦ୍ଦିକ ପାଣ୍ଡ୍ୟା (ମୁମ୍ବାଇ ଇଣ୍ଡିଆନ୍ସ), ପ୍ୟାଟ କମିନ୍ସ (ସନରାଇଜର୍ସ ହାଇଦ୍ରାବାଦ), ରିତୁରାଜ ଗାଏକ୍ୱାଡ (ଚେନ୍ନାଇ ସୁପର କିଙ୍ଗସ), ରଜତ ପାଟୀଦାର (ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର), ରିଷଭ ପନ୍ତ( ଲକ୍ଷ୍ନୌ ସୁପର ଜ୍ୟାଂଟସ), ଶ୍ରେୟାଶ ଆୟାର (ପଞ୍ଜାବ କିଙ୍ଗସ), ସଞ୍ଜୁ ସାମସନ(ରାଜସ୍ଥାନ ରୟାଲ୍ସ), ଅଜିଙ୍କ୍ୟ ରାହାଣେ(କୋଲକାତା ନାଇଟ ରାଇଡର୍ସ) ଓ ଶୁଭମନ ଗିଲ (ଗୁଜରାଟ ଟାଇଟନ୍ସ) । ଆଇପିଏଲ ୨୦୨୫ର ପ୍ରଥମ ମ୍ୟାଚ କେକେଆର ଓ ଆରସିବି ମଧ୍ୟରେ ଖେଳାଯିବ । ଗତ ସଂସ୍କରଣରେ କେକେଆର ଟାଇଟଲ ହାସଲ କରିଥିଲା ।
Comments are closed.