ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ସଂସ୍କରଣର କାର୍ଯ୍ୟସୂଚୀ ଘୋଷିତ ହୋଇଛି । ମାର୍ଚ୍ଚ ୨୨ରୁ ଏହି ଟୁର୍ଣ୍ଣାମେଂଟ ଆରମ୍ଭ ହେବ । ଗତ ସଂସ୍କରଣର ବିଜେତା କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ମଧ୍ୟରେ ପ୍ରଥମ ମୁକାବିଲା ଖେଳାଯିବ । ମେ ୨୫ରେ ଫାଇନାଲ ମ୍ୟାଚ ଇଡେନ ଗାର୍ଡେନରେ ଖେଳାଯିବ । ମାର୍ଚ୍ଚ ୨୩ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ହାଇ ଭୋଲଟେଜ ମୁକାବିଲା ଖେଳାଯିବ । ୧୦ଟି ଟିମ ମ୍ୟାଚରେ ୧୩ଟି ସ୍ଥାନରେ ୬୫ ଦିନରେ ଓଭରାଲ ୭୪ ମ୍ୟାଚ ଖେଳାଯିବ । ଲିଗ ପର୍ଯ୍ୟାୟରେ ୭୦ଟି ପ୍ଲେଅଫ ଓ ଫାଇନାଲକୁ ମିଶାଇ ବାକି ୪ଟି ମ୍ୟାଚ ଆୟୋଜିତ ହେବ । ମାର୍ଚ୍ଚ ୨୩ରୁ ଡବଲ ହେଡର ମୁକାବିଲା ଖେଳାଯିବ ।
ହାଇଦ୍ରାବାଦ ଓ କୋଲକାତାରେ ପ୍ଲେଅଫ ମ୍ୟାଚ ଖେଳାଯିବ । ମେ ୨୦ ଓ ୨୧ରେ ହାଇଦ୍ରାବାଦ କ୍ୱାଲିଫାୟର ୧ ଓ ଏଲିମିନେଟର ଏବଂ ମେ ୨୩ରେ କ୍ୱାଲିଫାୟର ୨ ଓ ଏହାର ୨ ଦିନ ପରେ କୋଲକାତାରେ ଫାଇନାଲ ମ୍ୟାଚ ଆୟୋଜିତ ହେବ । ୨୦୨୪ ସଂସ୍କରଣରେ କୋଲକାତା ନାଇଟ ରାଇଡର୍ସ ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ତୃତୀୟ ଥର ପାଇଁ ଚାମ୍ପିୟନ ହୋଇଥିଲା । ଏହି ମ୍ୟାଚ ଚେପକରେ ଖେଳା ଯାଇଥିଲା ।
Comments are closed.