Latest Odisha News

BREAKING NEWS

IPL ଟାଇଟଲ ଲଢ଼େଇ: ମୁମ୍ୱାଇ ବନାମ ଦିଲ୍ଲୀ ଟକ୍କର

ଦୁବାଇ: କିଏ ଜିତିବ ଆଇପିଏଲ୍ ୧୩ତମ ସଂସ୍କରଣର ଟାଇଟଲ୍ ? ମୁମ୍ୱାଇ ଇଣ୍ଡିଆନ୍ସ ନା ଦିଲ୍ଲୀ କ୍ୟାପିଟାଲ୍ସ ? ଆଜି ଟାଇଟଲ ପାଇଁ ଲଢ଼େଉ । ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଫାଇନାଲ ମୁକାବିଲା ହେବ । ପଞ୍ଚମ ଥର ଚାମ୍ପିଅନ୍ ହେବା ଲକ୍ଷ୍ୟରେ ରହିଛି ମୁମ୍ୱାଇ ଇଣ୍ଡିଆନ୍ସ । ସେପଟେ ପ୍ରଥମ ଥର ଆଇପିଏଲ୍ ଟାଇଟଲ ହାତେଇବାକୁ ଉଦ୍ୟମ କରିବ ଦିଲ୍ଲୀ କ୍ୟାପିଟାଲ୍ସ ।

ଉଭୟ ଦଳ ଚଳିତ ଆଇପିଏଲ୍ ସିଜିନର ଟାଇଟଲ୍ ଦାବିଦାର ଥିଲେ । ବର୍ତ୍ତମାନ ସୁଦ୍ଧା ମୁମ୍ବାଇ ୧୫ଟି ମ୍ୟାଚରୁ ୧୦ଟିରେ ବିଜୟୀ ହୋଇଛି । ଦିଲ୍ଲୀ ୧୬ ମ୍ୟାଚ ଖେଳି ଜିତିଛି ୯ଟି । ଚଳିତ ସିଜିନରେ ଦୁଇ ଦଳ ତିନି ଥର ମୁହାଁମୁହିଁ ହୋଇଥିଲେ । ସମସ୍ତ ମ୍ୟାଚ୍ ଜିତିଛି ମୁମ୍ୱାଇ ।
ଚାରି ଥର IPL ଚାମ୍ପିଅନ୍ ମୁମ୍ୱାଇ
ଚାରି ଥର ଆଇପିଏଲ୍ ଚାମ୍ପିଅନ୍ ମୁମ୍ୱାଇ ଷଷ୍ଠ ଥର ଖେଳୁଛି ଫାଇନାଲ୍ । ଉଭୟ ବୋଲିଂ, ବ୍ୟାଟିଂରେ ଶକ୍ତିଶାଳୀ । ବ୍ୟାଟିଂରେ କ୍ୱିଣ୍ଟନ ଡି. କକ୍, ଇଶାନ କିଷାନ, ସୂର୍ୟ୍ୟକୁମାର ଯାଦବ ଜବରଦସ୍ତ ଫର୍ମରେ ଅଛନ୍ତି । ସ୍ପିଡ୍ ଷ୍ଟାର ଟ୍ରେଣ୍ଟ ବୋଲ୍ଟ ଓ ଯଶପ୍ରୀତ ବୁମରାହଙ୍କ କାନ୍ଧରେ ରହିଛି ବୋଲିଂ ଭାର । କେବଳ ଅଧିନାୟକ ରୋହିତ ଶର୍ମାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ ।
ପ୍ରଥମ IPL ଚାମ୍ପିଅଲ୍ ଲକ୍ଷ୍ୟରେ ଦିଲ୍ଲୀ
ହାଇଦ୍ରାବାଦକୁ ୧୭ ରନରେ ପରାସ୍ତ କରି ଫାଇନାଲ୍ ଟିକେଟ ହାତେଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଲିଗ୍ ପର୍ୟ୍ୟାୟର ଆରମ୍ଭରେ ଜବରଦସ୍ତ ପ୍ରଦର୍ଶନ କରିଥିଲା । କିନ୍ତୁ ଶେଷ ଆଡକୁ ପରାଜୟ ବରଣ କରିଥିଲା ଦିଲ୍ଲୀ । ପ୍ରଥର କ୍ୱାଲିଫାୟାରରେ ମୁମ୍ୱାଇଠାରୁ ହାରିଥିଲେ ବି ଦ୍ୱିତୀୟ କ୍ୱାଲିଫାୟାରେ ବାଜି ମାରିଥିଲା । ଶ୍ରେୟସ ଆୟାର ପ୍ରଥମ ଥର ଦିଲ୍ଲୀକୁ ଚାମ୍ପିଅନ୍ କରାଇବା ପାଇଁ ଦମ୍ ଲଗାଇଦେବେ ।

Leave A Reply

Your email address will not be published.