Latest Odisha News

BREAKING NEWS

ରେଜଲ୍ଟ ଡେ: ବିହାରରେ କିଏ ମାରିବ ବାଜି, ଖୋଲିବ ଭାଗ୍ୟ ପେଡ଼ି

ପାଟନା: କାହା ଦଖଲକୁ ଯିବ ବିହାର ? ନୀତିଶ କୁମାର ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ନା ଯୁବ ମୁଖ୍ୟମନ୍ତ୍ରୀ ପାଇବେ ବିହାରବାସୀ ? ଶାସନ କ୍ଷମତା ପୁଣି ଥରେ ନିଜ ହାତରେ ରଖିବ ଏନଡିଏ ନା ମହାମେଣ୍ଟ ସରକାର ଗଢ଼ିବ ? ଆଜି ଆସିବ ଜନାଦେଶ । ଖୋଲିବ ଭାଗ୍ୟ ପେଡ଼ି । ୧୪୩ ବିଧାନସଭା ବିଶିଷ୍ଟ ବିହାର ନିର୍ବାଚନର ଆଜି ଭୋଟ୍ ଗଣତି ରହିଛି ।

କାଉଣ୍ଟିଂ ପାଇଁ ବିହାରର ୩୮ ଜିଲ୍ଲାରେ ୫୫ଟି କେନ୍ଦ୍ର କରାଯାଇଛି । ଗୋଟିଏ ଜିଲ୍ଲାରେ କରାଯାଇଛି ୩ଟି ଲେଖାଏଁ ଗଣନା କେନ୍ଦ୍ର । କୋଭିଡି କଟକଣା ଭିତରେ ଭୋଟ ଗଣନା କରାଯିବ । ଖୋଲିବ ଇଭିଏମ୍ ଭିତରେ ବନ୍ଦ ରହିଥିବା ୩ ହଜାର ୭ଶହ ପ୍ରାର୍ଥୀଙ୍କ ଭାଗ୍ୟ ।

୨୪୩ ଆସନ ବିଶିଷ୍ଟ ବାହରରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ୱର ରହିଛି ୧୨୨ । ଭୋଟିଂ ପରେ ବିଭିନ୍ନ ସଂସ୍ଥାର ଏକଜିଟ ପୋଲ୍ ରିପୋର୍ଟ ବିହାରରେ କାଣ୍ଟେ କା ଟକ୍କର ନେଇ ଆଭାସ ଦେଇଛନ୍ତି ।

କିନ୍ତୁ ମହାମେଣ୍ଟ ସରକାର ଗଢ଼ିପାରେ ବୋଲି କହୁଛି ଏକଜିଟ୍ ପୋଲ ରିପୋର୍ଟ । ବିହାରରେ କିଏ କରିବ ରାଜ, ଏକଜାଟ୍ ରେଜଲ୍ଟ ଆସିଲେ ସ୍ପଷ୍ଟ ହେବ । ତିନିଟି ପର୍ୟ୍ୟାୟରେ ବିହାର ବିଧାନସଭା ପାଇଁ ମତଦାନ ହୋଇଥିଲା ।

Leave A Reply

Your email address will not be published.