Latest Odisha News

BREAKING NEWS

ସବ ଜୁନିୟର ଜାତୀୟ ହକି: ଓଡିଶା-ୟୁପି ଫାଇନାଲ

ରାଉରକେଲା: ସ୍ଥାନୀୟ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ଜାତୀୟ ସବ ଜୁନିୟର ହକି ଚାମ୍ପିୟନଶିପ ଟାଇଟଲ ହାସଲଠାରୁ ଓଡିଶା ମାତ୍ର ଆଉ ଗୋଟିଏ ପାଦ ଦୂରରେ ରହିଛି । ରବିବାର ଓଡିଶା ଓ ଉତରପ୍ରଦେଶ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ଶନିବାର ଅନୁଷ୍ଠିତ ସେମିଫାଇନାଲରେ ଓଡିଶା ୩-୧ ଗୋଲରେ ମଧ୍ୟପ୍ରଦେଶକୁ ପରାସ୍ତ କରିଥିଲା । ଶୃଙ୍ଖଳିତ ପ୍ରଦର୍ଶନ ଯୋଗୁ ଓଡିଶା ଅପେକ୍ଷାକୃତ ଶକ୍ତିଶାଳୀ ଟିମ ମଧ୍ୟପ୍ରଦେଶକୁ ହରାଇବାରେ ସଫଳ ହୋଇଛି । ପ୍ରଭାବୀ ପ୍ରଦର୍ଶନ ପାଇଁ ଦୀପକ ପ୍ରଧାନଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚନା କରାଯାଇଥିଲା । ନକଆଉଟ ପର୍ଯ୍ୟାୟରେ ଓଡିଶା ପ୍ରଥମ ଗୋଲ ଖାଇଛି ।

ଅନ୍ୟ ଏକ ସେମିଫାଇନାଲ ମୁକାବିଲାରେ ୟୁପି ୭-୦ ଗୋଲରେ ହରିୟାଣାକୁ ପରାସ୍ତ କରିଛି । ଏହି ମ୍ୟାଚ ସମ୍ପୂର୍ଣ୍ଣ ଭାବେ ଏକତରଫା ହୋଇଥିଲା । ୟୁପି ଆକ୍ରମଣର କୌଣସି ଜବାବ ହରିୟାଣା ନିକଟରେ ରହି ନ ଥିଲା । ଗତ ସଂସ୍କରଣରେ ବ୍ରୋଞ୍ଜ ପଦକ ପାଇଥିବା ଓଡିଶା ଏଥର ସ୍ୱର୍ଣ୍ଣ ପଦକ ସୁଯୋଗକୁ କେବେ ହେଲେ ହାତଛଡା କରିବାକୁ ଚାହିଁବନି । ଉଭୟ ଟିମ ମଧ୍ୟରେ ଏକ ରୋମାଂଚକ ମୁକାବିଲା ହେବ ବୋଲି ପ୍ରଶଂସକମାନେ ଆଶା ବାନ୍ଧିଛନ୍ତି ।

Leave A Reply

Your email address will not be published.