Latest Odisha News

BREAKING NEWS

ଫଟାଫଟ କ୍ରିକେଟରେ ବିଳମ୍ବ ନେଇ ପ୍ରଶଂସକ ଅସନ୍ତୁଷ୍ଟ

ମୁମ୍ବାଇ: ଟି୨୦ ଫଟାଫଟ କ୍ରିକେଟ ପାଇଁ ଲୋକଙ୍କ ମନ ଜିଣିଛି । ଏହାର ମନୋରଞ୍ଜନର ରୂପ ହେଲା ଆଇପିଏଲ । ତେବେ ଆଇପିଏଲର ୨୦୨୩ ସଂସ୍କରଣରେ ମ୍ୟାଚ ନିର୍ଦ୍ଧାରିତ ସମୟରେ ନ ସରିବା ପ୍ରଶଂସକଙ୍କୁ ଅସନ୍ତୁଷ୍ଟ କରିଛି । ଏପରିକି ଏଥିପ୍ରତି ଆଗ୍ରହ କମୁଥିବା ଅନୁମାନ କରାଯାଉଛି । ଚେନ୍ନାଇ ସୁପର କିଙ୍ଗସ ଓ ଲକ୍ଷ୍ନୌ ସୁପର ଜ୍ୟାଂଟସର ମୁକାବିଲା ଏହାର ଜ୍ୱଳନ୍ତ ଉଦାହରଣ । ପ୍ରଥମ ଇନିଂସ ୧ ଘଂଟା ୩୦ ମିନିଟ ବଦଳରେ ୧ ଘଂଟା ୪୮ ମିନିଟରେ ଶେଷ ହୋଇଥିଲା । ସମ୍ପୂର୍ଣ୍ଣ ମ୍ୟାଚ ଶେଷ ହେଲା ବେଳକୁ ୧୧ଟା୩୦ ହୋଇ ଯାଇଥିଲା । ମ୍ୟାଚ ୧୦ଟା୫୦ ମଧ୍ୟରେ ସରିବା ଉଚିତ । ଏ ପର୍ଯ୍ୟନ୍ତ ଚଳିତ ଆଇପିଏଲରେ କୌଣସି ମ୍ୟାଚ ନିର୍ଦ୍ଧାରିତ ସମୟରେ ଶେଷ ହୋଇନି । ପଡିଆରେ କୁକୁର ପଶିବା, ଡିଆରଏସ ନିଷ୍ପତିରେ ବିଳମ୍ବଳ ପରି ଅନେକ କାରଣ ଏଥିରେ ରହିଛି ।

BjdElectrycity

ଆଇପିଏଲରେ ଏହି ଅସୁବିଧା ଯୋଗୁ ଆୟୋଜକ କମିଟି ପେନାଲ୍ଟିର ବ୍ୟବସ୍ଥା କରିଥିଲେ ମଧ୍ୟ ଏହାର ଫାଇଦା କିଛି ହେଉ ନାହିଁ । ୯୦ ମିନିଟରେ ୨୦ ଓଭର ଖେଳାଯିବାକୁ ଥିବା ବେଳେ ବାଙ୍ଗାଲୋର ଟିମ ୧୨୨ ମିନିଟ ସମୟ ନେଇଥିଲା । ଅଫିସିଆଲ ବ୍ରଡକାଷ୍ଟର ମଧ୍ୟ କମିଟି ନିକଟରେ ଏହାର ଦୃଷ୍ଟି ଆକର୍ଷଣ କରିଛନ୍ତି । ରାତି ୧୦ଟା ୪୫ ପରେ ଟିଭି ରେଟିଂ କମ ହେବାରେ ଲାଗିଥାଏ । ୧୧ଟା ପରେ ଏଥିରେ ଦ୍ରୁତ ହ୍ରାସ ପରିଲକ୍ଷିତ ହୋଇଥାଏ ବୋଲି ବ୍ରଡକାଷ୍ଟର ପକ୍ଷରୁ କୁହାଯାଇଛି । ଆଗକୁ ଏ ନେଇ କଡା ପଦକ୍ଷେପ ଗ୍ରହଣ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.