Latest Odisha News

BREAKING NEWS

ଏଥର ସଫଳ ହେବ ବିରୋଧୀ ମେଳି !

ଭୁବନେଶ୍ୱର: ବିଜେପିକୁ ଶାସନରୁ ହଟାଇବା ପାଇଁ ଏକାଠି ହେଉଛନ୍ତି ବିରୋଧୀ। ଧୀରେ ଧୀରେ ଏହା ବ୍ୟାପକ ହେଉଛି। କିନ୍ତୁ ନେତୃତ୍ୱକୁ ନେଇ ସ୍ପଷ୍ଟତା ଆସୁ ନାହିଁ। କାହା ନେତୃତ୍ୱରେ ବିରୋଧି ଏକାଠି ହେବେ ତାକୁ ନେଇ ଦ୍ବନ୍ଦ୍ୱ ଏବେ ବି ରହିଛି।

BjdElectrycity

ରାହୁଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଓ ତାଙ୍କ ସଦସ୍ୟ ପଦ ରଦ୍ଦ ହେବା ପରେ ସବୁ ବିରୋଧୀ ଏକ ସ୍ୱରରେ ରାହୁଲଙ୍କୁ ସମର୍ଥନ କରିବା ସହ ବିଜେପିକୁ ଟାର୍ଗେଟ କରିଛନ୍ତି। କିନ୍ତୁ ଏହି ସମର୍ଥନ କଣ ରାହୁଲଙ୍କ ନେତୃତ୍ୱକୁ ସମର୍ଥନ କି ବୋଲି ପ୍ରଶ୍ନ ଉଠିଛି।

କିଛି ଦିନ ତଳେ ବିରୋଧୀଦଳଗୁଡିକୁ ନେଇ ସାମାଜିକ ନ୍ୟାୟ ବ୍ୟାନରରେ ଆୟୋଜିତ ହୋଇଛି ବିରୋଧୀଙ୍କ ବୈଠକ।ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଦେଶରେ ଏକତା, ଭାଇଚାରା ଓ ସାମାଜିକ ନ୍ୟାୟ ପ୍ରତିଷ୍ଠା ସମ୍ପର୍କରେ ଚର୍ଚ୍ଚା ହୋଇଥିଲା।

ସାମାଜିକ ନ୍ୟାୟ ଆନ୍ଦୋଳନକୁ ଆଗେଇନେବା ପାଇଁ ଏହା ଏକ ପ୍ରୟାସ ବୋଲି ଡିଏମକେ ପକ୍ଷରୁ କୁହାଯାଇଛି। ଏହାକୁ ଏକ ରାଜନୈତିକ ମଂଚ କହିଲେ କିଛି ଭୁଲ ହେବନି ବୋଲି ଟିଏମସି କହିଥିବା ଜଣାପଡିଛି। କିନ୍ତୁ ବିରୋଧୀଙ୍କ ସହ ବିଜେଡି ଓ ୱାଇଏସଆର କଂଗ୍ରେସ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି।

ଦେଶର ଅଳ୍ପ କିଛି ବିରୋଧୀ ମୋଦିଙ୍କ ବିରୋଧରେ ଲଢିବାକୁ ଚାହୁଁନାହାଁନ୍ତି କିନ୍ତୁ ଏବେ ଦୂରେଇ ରହିବା ସମୟ ନୁହେଁ ବୋଲି ବିରୋଧୀଙ୍କ ପକ୍ଷରୁ କୁହାଯାଇଛି। ବିଜେପି ବିରୋଧରେ ସମସ୍ତ ଦଳକୁ ଏକାଠି ହେବାକୁ ପଡିବ। ବୈଠକରେ କଂଗ୍ରେସ ସମେତ ସମାଜବାଦୀ ପାର୍ଟି, ଆରଜେଡି, ଟିଏମସି, ଆପ, ବିଆରଏସ, ଏନସିପି ଓ ବାମପନ୍ଥୀ ଦଳ ନେତାମାନେ ଭାଗ ନେଇଥିଲେ।

କିନ୍ତୁ ପୂର୍ବରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ନେତା ଓ ବ୍ୟାନରରେ କିଛି ବିରୋଧୀ ଏକାଠି ହେବା ଦେଖିବାକୁ ମିଳିଛି। କେତେବେଳେ ବିଆରଏସ ନେତୃତ୍ୱରେ କିଛି ବିରୋଧୀ ଏକାଠି ହୋଇଥିବା ବେଳେ କେତେବେଳେ ଟିଏମସି ବିରୋଧୀଙ୍କୁ ଏକାଠି କରିବାର ପ୍ରୟାସ କରିଛି। ଏପରିକି ମୁଖ୍ୟ ବିରୋଧୀ କଂଗ୍ରେସକୁ ଅନ୍ୟ ବିରୋଧୀ ମାନେ ସମର୍ଥନ କରିବା ଦେଖାଯାଏନି।

କିନ୍ତୁ ସାମାଜିକ ନ୍ୟାୟ ବ୍ୟାନର ତଳେ ସବୁ ବିରୋଧୀଙ୍କୁ ଏକାଠି ଦେଖିବାକୁ ମିଳିଛି। କେବଳ ସମଦୁରତା କଥା କହୁଥିବା ବିଜେଡି ଓ ୱାଇଏସଆର କଂଗ୍ରେସକୁ ଛାଡିଲେ ପ୍ରାୟ ସବୁ ବିରୋଧୀ ଏଠି ଏକାଠି ହୋଇଛନ୍ତି। ରାହୁଲ ପ୍ରସଙ୍ଗ ପରେ ଏହା ଭିନ୍ନ ଏକ ଚିତ୍ର ବୋଲି କୁହାଯାଉଛି। କିନ୍ତୁ ଆଗାମୀ ଦିନରେ ଏହା କେତେ ବାଟ ଆଗେଇବ ଓ କାହାକୁ ବିରୋଧୀଙ୍କ ଚେହେରା ବୋଲି ସମସ୍ତେ ଗ୍ରହଣ କରିବେ ତା ଉପରେ ନଜର।

Leave A Reply

Your email address will not be published.