Latest Odisha News

BREAKING NEWS

ଆଇପିଏଲ ଖେଳାଳି ନିଲାମ ଆଜି

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସଂସ୍କରଣ ଖେଳାଳି ନିଲାମ ଅପରାହ୍ନ ୩ଟାରୁ ଆରମ୍ଭ ହେବ । ୬୧ ଖେଳାଳିଙ୍କ ସ୍ଲଟ ଖାଲିଥିବା ବେଳେ ୨୯୨ ଖେଳାଳିଙ୍କୁ ଶର୍ଟଲିଷ୍ଟ କରାଯାଇଛି । ଆଶା କରାଯାଉଛି ୪୦-୪୫ ଖେଳାଳି ବିକ୍ରି ହୋଇପାରନ୍ତି । ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକ୍ସୱେଲ ଓ ନ୍ୟୁଜିଲାଣ୍ଡର କାଇଲ ଜେମିସନଙ୍କୁ ନେବା ପାଇଁ ଫ୍ରାଂଚାଇଜଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ ।

କ୍ୟାପଡ ଖେଳାଳିଙ୍କ ପାଇଁ ବେସ୍ ପ୍ରାଇସ ୫୦ଲକ୍ଷ, ୭୫ ଲକ୍ଷ, ୧କୋଟି, ୧.୫କୋଟି ଓ ୨ କୋଟି ରଖାଯାଇଥିବା ବେଳେ ଅନକ୍ୟାପଡଙ୍କ ପାଇଁ ୨୦, ୩୦ ଓ ୪୦ ଲକ୍ଷ ରଖାଯାଇଛି । ଏଥର ଖେଳାଳି କିଣିବା ପାଇଁ ପଞ୍ଜାବ ନିକଟରେ ସବୁଠାରୁ ଅଧିକ ଅର୍ଥ ରହିଛି । ସେହିପରି ଫ୍ରାଂଚାଇଜମାନେ ରାଇଟ ଟୁ ମ୍ୟାଚ କାର୍ଡର ବ୍ୟବହାର କରି ଖେଳାଳି ରଖିପାରିବେ ।

Leave A Reply

Your email address will not be published.