Latest Odisha News

BREAKING NEWS

ଆଇପିଏଲ ନେଇ ବିସିସିଆଇ ଲାଗୁ କଲା କରୋନା କଟକଣା

ମୁମ୍ବାଇ: ମାର୍ଚ୍ଚ ୨୬ରୁ ଆଇପିଏଲର ୧୫ତମ ସଂସ୍କରଣ ଆରମ୍ଭ ହେବ । ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ । କରୋନାର ପ୍ରଭାବ ନିୟନ୍ତ୍ରଣକୁ ଆସିଥିଲେ ମଧ୍ୟ ଆଇପିଏଲ ଅବସରରେ ବିସିସିଆଇ ଏହାର କଟକଣା ନେଇ କୋହଳ ମନୋଭାବ ଆପଣାଇବ ନାହିଁ ବୋଲି ସ୍ପଷ୍ଟ କରିଛି । ଏପରିକି ନିୟମ ଭଙ୍ଗକାରୀଙ୍କ ଉପରେ ଆବଶ୍ୟକ ପଡିଲେ୧ କୋଟି ଟଙ୍କାର ଜରିମାନା ଲାଗୁ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ଖେଳାଳି ବାୟୋ ବବଲ ବାହରକୁ ଗଲେ ଗୋଟିଏ ମ୍ୟାଚ ପାଇଁ ସସପେଣ୍ଡ କରାଯିବ ।

ଏହା ବ୍ୟତୀତ ୭ଦିନ କ୍ୱାରେଂଟାଇନରେ ରଖାଯିବ । ଯଦି ଖେଳାଳିଜଣକ ବାରମ୍ବାର ନିୟମ ଭାଙ୍ଗେ ତାହେଲେ ଚଳିତ ସିଜନରୁ ବାହାର କରି ଦିଆଯିବ । ସେହିପରି ଖେଳାଳିଙ୍କ ପରିବାର ସଦସ୍ୟ ଓ ଅଧିକାରୀ ନିୟମ ଭଙ୍ଗ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସମ୍ପୂର୍ଣ୍ଣ ଟିମ ଯଦି ଭୁଲ କରେ ତେବେ ପ୍ରଥମେ ୧ କୋଟି ଟଙ୍କାର ଜରିମାନା, ତାପରେ ମ୍ୟାଚର ଏକ ପଂଏଟ ଏବଂ ଶେଷରେ ୩ ପଂଏଟ କଟାଯିବ । କୋଭିଡ ଟେଷ୍ଟ କରାଇନଥିବା ଖେଳାଳି ଉପରେ ୭୫ ହଜାର ଟଙ୍କାର ଜରିମାନା ଲାଗୁ କରାଯିବ ।

Comments are closed, but trackbacks and pingbacks are open.