Latest Odisha News

BREAKING NEWS

ଆଇପିଏଲ ବ୍ୟାଟିଂ ରେକର୍ଡସ: ଶତକବୀରଙ୍କ ମଧ୍ୟରେ କୋହଲି ଏକୁଟିଆ ଭାରତୀୟ

ଭୁବନେଶ୍ୱର: ଇଣ୍ଡିଆନ ପ୍ରିମିୟର ଲିଗର ପରବର୍ତୀ ସଂସ୍କରଣ ୯ ଏପ୍ରିଲରୁ ଆରମ୍ଭ ହେବାକୁ ଯାଉଛି । ଏଥର ସମସ୍ତ ଟିମ୍ ନୂତନ ରଣନୀତି ଓ ଖେଳାଳିଙ୍କୁ ନେଇ ପଡିଆକୁ ଓହ୍ଲାଇବେ । ଆସନ୍ତୁ ଜାଣିବା ଆଇପିଏଲରେ ପ୍ରମୁଖ ବ୍ୟାଟିଂ ରେକର୍ଡସ ସମ୍ପର୍କରେ…
ଶତକବୀରଙ୍କ ମଧ୍ୟରେ ଭାରତରୁ କେବଳ କୋହଲି: ଆଇପିଏଲ ସର୍ବାଧିକ ୬ଟି ଶତକ କ୍ରିସ ଗେଲ୍ ମାରିଛନ୍ତି । ତାଙ୍କ ପଛକୁ ଏକମାତ୍ର ଭାରତୀୟ ଭାବେ ବିରାଟ କୋହଲି (୫) ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଡେଭିଡ ୱାର୍ଣ୍ଣର ୪, ଶେନ ୱାଟସନ ୪ ଓ ଏବି ଡି’ଭିଲର୍ସ ୩ଟି ଶତକ ହାସଲ କରିଛନ୍ତି ।
ଟପ ୫ରେ ୱାର୍ଣ୍ଣରଙ୍କ ଆଭରେଜ ସର୍ବାଧିକ: ଆଇପିଏଲରେ ୫ ସର୍ବାଧିକ ରନ ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଡେଭିଡ ୱାର୍ଣ୍ଣର ଆଭରେଜରେ ଆଗରେ ରହିଛନ୍ତି । ସେ ୧୪୨ ମ୍ୟାଚରେ ୪୨.୭୧ ଆଭରେଜରେ ୫୨୫୪ ରନ ସଂଗ୍ରହ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କୋହଲି ୩୮.୧୬ ଆଭରେଜରେ ୫୮୭୮ରନ, ରୋହିତ ଶର୍ମା ୩୧.୩୧ ଆଭରେଜରେ ୫୨୩୦ ରନ, ସୁରେଶ ରାଇନା ୩୩.୩୪ ଆଭରେଜରେ ୫୩୬୮ରନ, ଶିଖର ଧାୱନ ୩୪.୪୧ ଆଭରେଜରେ ୫୧୯୭ ରନ ସଂଗ୍ରହ କରିଛନ୍ତି ।ଛକାରେ ଧୋନୀଙ୍କୁ ପଛରେ ପକାଇବେ ରୋହିତ: କ୍ରିସ ଗେଲ୍ ଆଇପିଏଲରେ ସର୍ବାଧିକ ୩୪୯ ଛକା ମାରିଛନ୍ତି । ତାଙ୍କ ପଛକୁ ଡି’ଭିଲର୍ସ ୨୩୫, ମହେନ୍ଦ୍ର ସିଂ ଧୋନୀ ୨୧୬, ରୋହିତ ଶର୍ମା ୨୧୩ ଓ କୋହଲି ୨୦୧ ଛକା ମାରିଛନ୍ତି । ରୋହିତ ୩ଟି ଛକା ମାରିଲେ ଧୋନୀଙ୍କ ରେକର୍ଡ ଭାଙ୍ଗିବେ ।
ଗେଲ୍‌ଙ୍କ ନାମରେ ଦ୍ରୁତ ଶତକ ରେକର୍ଡ: ଆଇପିଏଲରେ କ୍ରିସ ଗେଲ ଦ୍ରୁତ ଶତକ ହାସଲରେ ମଧ୍ୟ ରେକର୍ଡ କରିଛନ୍ତି । ସେ ୩୦ ବଲରେ ଶତକ ହାସଲ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ୟୁସୁଫ ପଠାନ (୩୭ ବଲରେ), ଡେଭିଡ ମିଲର (୩୮ ବଲରେ), ଆଡାମ ଗିଲକ୍ରିଷ୍ଟ (୪୨ ବଲରେ) ଏବଂ ଡି’ଭିଲର୍ସ(୪୩ ବଲରେ) ଶତକ ହାସଲ କରିିଛନ୍ତି ।

ଗେଲଙ୍କ ନାମରେ ସର୍ବାଧିକ ସ୍କୋର: କ୍ରିସ ଗେଲ ୨୦୧୩ରେ ପୁଣେ ବିପକ୍ଷରେ ସର୍ବାଧିକ ୧୭୫ ରନର ଅପରାଜିତ ଇନିଂସ ଖେଳି ରେକର୍ଡ କରିଥିଲେ । ଯାହା ଏବେ ବି ବଳବତର ରହିଛି । ବ୍ରେଣ୍ଡନ ମ୍ୟାକକୁଲାମ(୧୫୮), ଡିଭିଲର୍ସ (୧୨୯,୧୩୩ ଅପରାଜିତ), ଲୋକେଶ ରାହୁଲ (୧୩୨ ଅପରାଜିତ) ଆଇପିଏଲରେ ବଡ ସ୍କୋର କରିଛନ୍ତି ।
ଅର୍ଦ୍ଧଶତକ ହାସଲରେ ୱାର୍ଣ୍ଣର ଆଗରେ:
ଡେଭିଡ ୱାର୍ଣ୍ଣର ୧୪୨ ମ୍ୟାଚରେ ସର୍ବାଧିକ ୫୨ ଅର୍ଦ୍ଧଶତକ ହାସଲ କରିଛନ୍ତି । ବିରାଟ କୋହଲି ୪୪ ଏବଂ ଶିଖର ଧାୱନ ୪୩ ଅର୍ଦ୍ଧଶତକ ମାରିଛନ୍ତି ।ଗୋଟିଏ ଇନିଂସରେ ସର୍ବାଧିକ ଛକା ଗେଲଙ୍କ ନାମରେ : ଆଇପିଏଲର ବେତାଜ ବାଦଶାହ କ୍ରିସ ଗେଲ ଗୋଟିଏ ଇନିଂସରେ ସର୍ବାଧିକ ୧୭ ଛକା ମାରିଛନ୍ତି । ଭାରତରୁ କେବଳ ମୁରଲୀ ବିଜୟ ଗୋଟିଏ ଇନିଂସରେ ସର୍ବାଧିକ ୧୧ ଛକା ମାରିଛନ୍ତି ।
ଚୌକାରେ ଧାୱନ ଶିଖରରେ: ଶିଖର ଧାୱନ ଆଇପିଏଲରେ ୧୭୬ ମ୍ୟାଚରେ ସର୍ବାଧିକ ୫୯୧ ଚୌକା ମାରି ରେକର୍ଡ ନିଜ ନାମରେ ରଖିଛନ୍ତି । ତାଙ୍କ ପଛକୁ ଡେଭିଡ ୱାର୍ଣ୍ଣର (୫୧୦) ଓ ବିରାଟ କୋହଲି (୫୦୩) ରହିଛନ୍ତି ।ଶୂନରେ ରୋହିତ ସର୍ବାଧିକ ଥର ଆଉଟ : ରୋହିତ ଶର୍ମାଙ୍କ ସମେତ ୪ଜଣ ଭାରତୀୟ ଶୂନରେ ସର୍ବାଧିକ ୧୩ ଥର ଆଉଟ ହୋଇଛନ୍ତି । ଅନ୍ୟମାନେ ହେଲେ ହରଭଜନ ସିଂ, ପାର୍ଥୀବ ପଟେଲ ଓ ଅଜିଙ୍କ୍ୟ ରାହାନେ ।

Leave A Reply

Your email address will not be published.