Latest Odisha News

BREAKING NEWS

ତାତିରୁ ଆଶ୍ୱସ୍ତି: ଆଗାମୀ ୩ ଦିନ କାଳବୈଶାଖୀ ସମ୍ଭାବନା, ରାଜ୍ୟର ୫ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ବର: ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ଓ ଘୂର୍ଣ୍ଣିଝଡ଼ ସମ୍ଭାବନା ରହିଛି । ଏଥିପାଇଁ ରାଜ୍ୟର ୫ ଜିଲ୍ଲାକୁ ସତର୍କ କରିଯାଇଛି । ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କନ୍ଧମାଳ ଏବଂ ନୟାଗଡ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଓ୍ବେଲ୍ଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

ଆଜି ଅପରାହ୍ନଠାରୁ ୪ ତାରଖ ମଧ୍ୟାହ୍ନ ମଧ୍ୟରେ ରାଜ୍ୟର ବହୁ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ସହ କିଛି ଜିଲ୍ଲାରେ କାଳବୈଶାଖୀ ସହ ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଥିବା ନେଇ ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି ।

କିଛି ଜିଲ୍ଲାରେ ବଜ୍ରପାତ ସହିତ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହି କାଳବୈଶାଖୀ ସମ୍ଭାବନା ରହିଥିବାରୁ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାରିଂ ଜାରି କରାଯାଇଛି ।

ରାଜ୍ୟରେ ଲାଗି ରହିଛି ଅସହ୍ୟ ତାତି । ଝାଞ୍ଜି ପବନରେ ଅସ୍ତବ୍ୟସ୍ତ ହେଲାଣି ଜନ ଜୀବନ । ଏପରିସ୍ଥଳେ ବର୍ଷା ଓ କାଳବୈଶାଖୀ ସମ୍ଭାବନା ଲୋକଙ୍କୁ ଟିକେ ଆଶ୍ବସ୍ତୀ ଦେଇଛି ।

Leave A Reply

Your email address will not be published.