ପୁରୀ: ଆସନ୍ତା ମାର୍ଚ୍ଚରୁ ଆଇପିଏଲ୍ ମ୍ୟାଚ୍ ଅନୁଷ୍ଠିତ ହେବ । ସେନେଇ ଆଜି ଶ୍ରୀମନ୍ଦିରରେ ପହଞ୍ଚିଲା ଆଇପିଏଲ୍ ଟ୍ରଫି । ମ୍ୟାଚ୍ ପୂର୍ବରୁ ଆଇପିଏଲ୍ ଟ୍ରଫିକୁ ଶ୍ରୀମନ୍ଦିର ଅଣାଯାଇ ମହାପ୍ରଭୁଙ୍କ ନିକଟରେ ସେବାୟତ ମାନେ ପୂଜାର୍ଚ୍ଚନା କରିଛନ୍ତି । ଏହି ଟ୍ରଫିକୁ ଦେଖିବା ପାଇଁ ପ୍ରବଳ ଲୋକଙ୍କ ଭିଡ ଜମିଥିଲା ।
ଗତବର୍ଷ ଆଇପିଏଲ୍ ମ୍ୟାଚ୍ ରେ କୋଲକାତା ନାଇଟ ରାଇଡର୍ସ ଆଇପିଏଲ୍ ଟ୍ରଫି ହାତେଇଥିବା ବେଳେ, ଚଳିତ ବର୍ଷ ଯେପରି ଆଇପିଏଲ ଟ୍ରଫି ନିଜ କବଜାରେ ରଖିବ ସେନେଇ ସଦସ୍ୟ ମାନେ ଆଶାବାଦୀ ଅଛନ୍ତି । ଯାହାକୁ ନେଇ ଏହି ଟ୍ରଫିକୁ କୋଲକତା ନାଇଟ ରାଇଡର୍ସ ଫ୍ରାଞ୍ଚାଇଜ୍ ର ସଦସ୍ୟ ମାନେ ଆଜି ଶ୍ରୀମନ୍ଦିରକୁ ଆଣି ପୂଜାର୍ଚ୍ଚନା କରିଛନ୍ତି । ତେବେ ଶ୍ରୀମନ୍ଦିର ସହ ବିଭିନ୍ନ ପ୍ରସିଦ୍ଧ ମନ୍ଦିରରେ ଏହି ଟ୍ରଫିକୁ ପୂଜାର୍ଚ୍ଚନା କରାଯାଉଛି ।
Comments are closed.