ନୂଆଦିଲ୍ଲୀ: ଯଦି ଆପଣଙ୍କୁ ଗେମିଙ୍ଗ ପସନ୍ଦ ଏବଂ ଏକ ନୂଆ ପାଓ୍ବାରଫୁଲ ସ୍ମାର୍ଟଫୋନ୍ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବହୁତ ଭଲ ଖବର ଆସିଯାଇଛି । ଅଗ୍ରଣୀ ମୋବାଇଲ୍ ଫୋନ୍ କମ୍ପାନୀ iQOO ଏହାର ନୂତନ ସ୍ମାର୍ଟଫୋନ୍ iQOO Neo 10R ଭାରତରେ ଆଜି ଲଞ୍ଚ କରିଛି । ଏହାର ପ୍ରାରମ୍ଭିକ ମୂଲ୍ୟ ₹ ୨୬,୯୯୯ (8GB RAM + 128GB ଷ୍ଟୋରେଜ୍ ଭାରିଆଣ୍ଟ) ରଖାଯାଇଛି । IQOO Neo 10R ରେ ଅନେକ ଉନ୍ନତ ଫିଚର ପ୍ରଦାନ କରାଯାଇଛି, ଯାହା ଏହି ମୂଲ୍ୟ ସୀମା ମଧ୍ୟରେ ଆପଣଙ୍କ ପାଇଁ ଏକ ଉତ୍ତମ ବିକଳ୍ପ ହୋଇପାରେ ।
ଏହା ସ୍ନାପଡ୍ରାଗନ 8s Gen 3 ଚିପସେଟ୍ ସହ ଆସିଥିବାରୁ ଏହା କାର୍ଯ୍ୟଦକ୍ଷତା ମଧ୍ୟ ପୂର୍ବାପେକ୍ଷା ଉନ୍ନତ ରହିଛି । 8GB RAM + 256GB ମଡେଲ ଲାଗି ₹୨୮,୯୯୯ ରହିଛି । ସେହିପରି 12GB RAM + 256GB ମଡେଲ ଲାଗି ଏହାର ଦାମ ₹୩୦,୯୯୯ ରହିଛି ।
SBI, ICICI, HDFC ବ୍ୟାଙ୍କ କାର୍ଡରେ କିଣିଲେ ୨୦୦୦ଟଙ୍କା ଡିସକାଉଣ୍ଟ ମିଳିବ । ଏହି ଫୋନଟି MoonKnight Titanium ଓ Raging Blue ଦୁଇଟି କଲର ବିକଳ୍ପ ସହିତ ଆସିଛି । ଏହି ଫୋନର ପ୍ରି-ବୁକିଂ ଆଜି ସନ୍ଧ୍ୟା ୫ଟାରୁ ଆରମ୍ଭ ହେଇଛି । ଏହାର ସେଲ୍ ଆମାଜନରେ ଓ iQOOର ଭାରତ ଇ-ଷ୍ଟୋରରୁ ମାର୍ଚ୍ଚ ୧୯ରୁ ଆରମ୍ଭ ହେବ ।
ଏହି ଫୋନରେ ଦମଦାର ଗେମିଂ ଫିଚର ରହିଛି ଯେପରିକି FPS ମିଟର, ଇ-ସ୍ପୋର୍ଟ ମୋଡ୍, ମନଷ୍ଟର ମୋଡ୍, ବାଇପାସ୍ ଚାର୍ଜିଂ ଓ 2000Hz ଇନଷ୍ଟାଣ୍ଟ ଟଚିଂ ସାମ୍ପଲିଂ ରେଟ୍ ସହ ଆସିଛି । ଏଥିରେ ଏଆଇ ଫିଚର ଯେପରିକି ଏଆଇ ଇରେଜ୍, ଏଆଇ ଫଟୋ ଏନହାନ୍ସ, ଗୁଗଲ୍ ସର୍କଲ-ଟୁ-ସର୍ଚ୍ଚ ଫିଚର ରହିଛି ।
6.78ଇଞ୍ଚ 1.5K (2800×1260 ପିକ୍ସେଲ) AMOLED ଡିସପ୍ଲେ, 144Hz ରିଫ୍ରେସ୍ ରେଟ୍, 4500nits ସର୍ବାଧିକ ବ୍ରାଇଟନେସ୍ ମିଳିବ । ଆଣ୍ଡ୍ରଏଡ 15 ଆଧାରିତ Funtouch OS 15 ଦ୍ବାରା ଚାଳିତ । ଏହା ତିନିବର୍ଷ ଆଣ୍ଡ୍ରଏଡ ଅପଗ୍ରେଡ୍ ଓ ଚାରି ବର୍ଷ ଲାଗି ସିକ୍ୟୁରିଟି ଅପଡେଟ୍ ସହ ଆସିଛି । ପାଣି ଓ ଧୂଳି ପ୍ରତିବନ୍ଧକ ଲାଗି IP65 ରେଟିଂ ରହିଛି । ଏଥିରେ ଡିସପ୍ଲେ ଉପରେ ଫିଙ୍ଗରପ୍ରିଣ୍ଟ ସେନ୍ସର ରହିଛି ।
50MP Sony IMX882 ପ୍ରାଇମେରି କ୍ୟାମେରା, 8MP ଅଲଟ୍ରା ୱାଇଡ କ୍ୟାମେରା, ସେଲ୍ଫି ଲାଗି 32MP ଫ୍ରଣ୍ଟ କ୍ୟାମେରା ରହିଛି । ବ୍ୟାଟେରୀକୁ ଦେଖିଲେ 6400mAh ବ୍ୟାଟେରୀ ଓ 80ୱାଟ୍ ଫାଷ୍ଟ ଚାର୍ଜିଂ ସପୋର୍ଟ ମିଳିଛି ।
Comments are closed.