Latest Odisha News

BREAKING NEWS

ଘନାଉଛି ବିବାଦ, ପୁଣି ବନ୍ଦ ହର୍ମୁଜ ଷ୍ଟ୍ରିଟ୍…

ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ସାମରିକ ଉତ୍ତେଜନା ମଧ୍ୟରେ ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥ ମଧ୍ୟରୁ ଗୋଟିଏ କୁହାଯାଉଥିବା ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିଦେଇଛି।

ଯାହା ଫଳରେ ସମସ୍ତ ଜାହାଜ ପରିବହନ ସମୂର୍ଣ୍ଣ ଠପ୍ ହୋଇଯାଇଛି। ଇରାନ ଚେତାବନୀ ଦେଇଛି ଯେ ଏହି ପ୍ରଣାଳୀ ଦେଇ ପରିବହନ କରିବାକୁ ଚେଷ୍ଟା କରୁଥିବା ଯେକୌଣସି ଜାହାଜକୁ ଟାର୍ଗେଟ କରାଯାଇପାରେ। ଜାହାଜର ସୁରକ୍ଷା ସେମାନଙ୍କର ନିଜସ୍ୱ ଦାୟିତ୍ୱ ହେବ।

IRGC ଏକ ବିବୃତ୍ତିରେ କହିଛି ଯେ ଏହି ଅଞ୍ଚଳରେ ବୃଦ୍ଧି ପାଉଥିବା ଅସୁରକ୍ଷା ଏବଂ ଆମେରିକାର ସାମରିକ ଆକ୍ରମଣ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି। ନିର୍ଦ୍ଦେଶ ଅନୁଯାୟୀ, ତୈଳ ଟ୍ୟାଙ୍କର, ମାଲବାହୀ ଜାହାଜ ଏବଂ ଅନ୍ୟ ସମସ୍ତ ପ୍ରକାରର ଜାହାଜର ଚଳାଚଳକୁ ତୁରନ୍ତ ବନ୍ଦ କରାଯାଇଛି। ଇରାନୀ ଗଣମାଧ୍ୟମ ଅନୁଯାୟୀ, ହର୍ମୁଜ୍ ପ୍ରଣାଳୀରେ ଆମେରିକୀୟ ନୌସେନା ଏବଂ IRGC ନୌସେନା ମଧ୍ୟରେ ତୀବ୍ର ଉତ୍ତେଜନା ଏବଂ ଗୁଳି ବିନିମୟ ହୋଇଛି। IRGC ନୌସେନା ଦାବି କରିଛି ଯେ ଏହା ଅନୁମତି ବିନା ପ୍ରଣାଳୀ ଦେଇ ପରିବହନ କରିବାକୁ ଚେଷ୍ଟା କରୁଥିବା ଦୁଇଟି ଜାହାଜକୁ ଟାର୍ଗେଟ କରିଛି।

ଅପରପକ୍ଷରେ ଇରାନର ଏହି ନିଷ୍ପତି ପରେ ପଶ୍ଚିମ ଏସିଆରେ ପୁଣି ଯୁଦ୍ଧ, ତୈଳ ଏବଂ ଗ୍ୟାସ ମୂଲ୍ୟ ବୃଦ୍ଧିର ଆଶଙ୍କାକୁ ବୃଦ୍ଧି କରିଛି। ଖାସ୍ କରି ଉପସାଗରୀୟ ଦେଶଗୁଡ଼ିକରୁ ବିଶ୍ୱର ଏକ ବଡ଼ ଅଂଶକୁ ତୈଳ ଏବଂ ଗ୍ୟାସ ଯୋଗାଣ ବନ୍ଦ ହୋଇଯାଇଛି। ଭାରତ ମଧ୍ୟ ଏହା ଦ୍ୱାରା ସିଧାସଳଖ ପ୍ରଭାବିତ ହେବ।

Comments are closed.