Latest Odisha News

BREAKING NEWS

ରିଲିଜ ପୂର୍ବରୁ ଟ୍ୟାକ୍ସ ଫ୍ରି ହେଲା କଙ୍ଗନାଙ୍କ “ଭାରତ ଭାଗ୍ୟ ବିଧାତା”

ନୂଆଦିଲ୍ଲୀ: ନିକଟରେ କଙ୍ଗନା ରାଣାୱତଙ୍କ ଫିଲ୍ମ “ଭାରତ ଭାଗ୍ୟ ବିଧାତା”ର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସାମିଲ ହୋଇଥିଲେ। ମୁକ୍ତିଲାଭ ପୂର୍ବରୁ ଫିଲ୍ମଟିକୁ ଏବେ ଦିଲ୍ଲୀରେ କରମୁକ୍ତ ଘୋଷଣା କରାଯାଇଛି। ଯାହାକୁ ନେଇ କଙ୍ଗନା ଖୁସି ପ୍ରକାଶ କରିଛନ୍ତି।

“ଭାରତ ଭାଗ୍ୟ ବିଧାତା” ଜୁନ୍ ୧୨ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହା ପୂର୍ବରୁ କଙ୍ଗନା ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ସ୍କ୍ରିନିଂ କରୁଛନ୍ତି। ନିକଟରେ ଦିଲ୍ଲୀରେ ତାଙ୍କ ଫିଲ୍ମର ଏକ ସ୍କ୍ରିନିଂ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଧ୍ୟ ଯୋଗ ଦେଇଥିଲେ। ମୁକ୍ତିଲାଭ ପୂର୍ବରୁ ରେଖା ଗୁପ୍ତା ଫିଲ୍ମକୁ କରମୁକ୍ତ ଘୋଷଣା କରିଥିଲେ।

“ଭାରତ ଭାଗ୍ୟ ବିଧାତା”କୁ କରମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରି କଙ୍ଗନା କହିଛନ୍ତି, “ମୁଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ବହୁତ କୃତଜ୍ଞ। ସେ ଆମ ପାଇଁ ଏକ ମହାନ ପ୍ରେରଣା।”

 

Comments are closed.