Latest Odisha News

BREAKING NEWS

ଟେଷ୍ଟ କ୍ରିକେଟ: ଏହି ରେକର୍ଡରେ ଭାରତ, ଦକ୍ଷିଣ ଆଫ୍ରିକାକୁ ପଛରେ ପକାଇଲା ଆୟର୍ଲାଣ୍ଡ

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ପରାସ୍ତ କରି ଆୟର୍ଲାଣ୍ଡ ଆନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ନିଜର ପ୍ରଥମ ବିଜୟ ହାସଲ କରିଛି । ୮ଟି ମ୍ୟାଚ ପରେ ଦଳ ଏହି ସଫଳତା ପାଇଛି । ତେବେ ଆୟର୍ଲାଣ୍ଡ ଅନେକ ବଡ ଟିମକୁ କମ ମ୍ୟାଚରେ ବିଜୟ ହାସଲ କରି ପଛରେ ପକାଇ ଦେଇଛନ୍ତି । ନ୍ୟୁଜିଲାଣ୍ଡକୁ ୪୫, ବାଂଲାଦେଶକୁ ୩୫, ଭାରତକୁ ୨୫, ଶ୍ରୀଲଙ୍କାକୁ ୧୪, ଦକ୍ଷିଣ ଆଫ୍ରିକାକୁ ୧୨ ଓ ଜିମ୍ବାୱେକୁ ୧୧ ମ୍ୟାଚ ପରେ ପ୍ରଥମ ବିଜୟ ସ୍ୱାଦ ମିଳିଥିଲା । ଅପପରକ୍ଷରେ ଅଷ୍ଟ୍ରେଲିଆ ପ୍ରଥମ ଆନ୍ତର୍ଜାତୀୟ ଟେଷ୍ଟରେ ବିଜୟ ହାସଲ କରି ଏବେ ବି ଶୀର୍ଷ ସ୍ଥାନ ବଜାୟ ରଖିଛି । ଅନ୍ୟ ଟିମ ମଧ୍ୟରେ ଇଂଲଣ୍ଡ, ପାକିସ୍ତାନ, ଆଫଗାନିସ୍ତାନ ୨ଟି ଲେଖାଏଁ ମ୍ୟାଚ ପରେ ଜିତିଥିବା ବେଳେ ୱେଷ୍ଟଇଣ୍ଡିଜ ୬ଟି ମ୍ୟାଚ ପରେ ବିଜୟ ହାସଲ କରିଥିଲା ।

ଆଫଗାନିସ୍ତାନ ପ୍ରଥମ ଇନିଂସରେ ୧୫୫ ରନ କରିଥିଲା । ଜବାବରେ ଆୟର୍ଲାଣ୍ଡ ୨୬୩ ରନ କରି ଅଲଆଉଟ ହୋଇଥିଲା । ଦ୍ୱିତୀୟ ଇନିଂସରେ ଆଫଗାନିସ୍ତାନ ୨୧୮ ରନ କରିବା ଫଳରେ ବିପକ୍ଷ ଦଳ ସମ୍ମୁଖରେ ୧୧୧ ରନର ଟାର୍ଗେଟ ରହିଥିଲା । ଆୟର୍ଲାଣ୍ଡ ୪ ୱିକେଟ ହରାଇ ଏହାକୁ ହାସଲ କରି ନେଇଥିଲା ।

Leave A Reply

Your email address will not be published.