Latest Odisha News

BREAKING NEWS

୪୮ ବର୍ଷରେ ତୃତୀୟ ସନ୍ତାନର ବାପା ହେଲେ ସୋଏବ ଅଖତାର

ଲାହୋର: ପାକିସ୍ତାନର ପୂର୍ବତନ ପେସ ବୋଲର ସୋଏବ ଅଖତାର ୪୮ ବର୍ଷ ବୟସରେ ତୃତୀୟ ଥର ପାଇଁ ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ମାର୍ଚ୍ଚ ୧ରେ ତାଙ୍କ ପତ୍ନୀ ରୁବାବ ଖାଁ ଏକ କନ୍ୟା ସନ୍ତାନର ମାଆ ହୋଇଥିଲେ । ସୋଏବ ସୋସିଆଲ ମିଡିଆରେ ଏହି ଖୁସି ଖବର ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି । ସେ ଲେଖିଛନ୍ତି ନୁରେହ ଅଲୀ ଅଖତାର ଜନ୍ମ ହୋଇଛି । ଆମେ ତାକୁ ଆମ ଦୁନିଆକୁ ଆସନ୍ତୁ ସ୍ୱାଗତ କରିବା । ପୂର୍ବରୁ ସୋଏବ ଓ ରୁବାବଙ୍କ ୨ଟି ପୁଅ ଥିଲେ । ଦୀର୍ଘ ଦିନ ପରେ ମିକାଇଲ ଓ ମୁଜାଦ୍ଦିନଙ୍କୁ ଭଉଣୀ ମିଳିଛି ବୋଲି ସେ ଲେଖିଛନ୍ତି । ସେମାନଙ୍କ ଜନ୍ମ ଯଥାକ୍ରମେ ୨୦୧୬ ଓ ୨୦୧୯ରେ ହୋଇଥିଲା ।

୨୦୧୪ରେ ଖୈବରର ହରିପୁରରେ ରୁବାବଙ୍କୁ ସୋଏବ ବିaବାହ କରିଥିଲେ । ସେତେବେଳେ ସୋଏବଙ୍କୁ ୩୮ ଓ ରୁବାବଙ୍କୁ ୨୦ ବର୍ଷ ହୋଇଥିଲା । କ୍ରିକେଟ ଇତିହାସରେ ସବୁଠାରୁ ଦ୍ରୁତ ବୋଲର ଭାବେ ସୋଏବ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

Leave A Reply

Your email address will not be published.