Latest Odisha News

BREAKING NEWS

ମଣିପୁରରେ ହିଂସା ପଛର ମୁଖ୍ୟ କାରଣ ନିଶା ଓ ବେକାରୀ ସମସ୍ୟା: ଆଇରନ୍ ଲେଡି

ମଣିପୁର: ଅଶାନ୍ତ ମଣିପୁରରେ ଦୀର୍ଘ ଦିନ ଧରି ହିଂସା ନିଆଁରେ ଜଳୁଛି। ଶହ ଶହ ଲୋକ ପ୍ରାଣ ହରାଇଛନ୍ତି। ହଜାର ହଜାର ଲୋକ ବିସ୍ଥାପିତ ହୋଇଛନ୍ତି। ସ୍ଥାନେ ସ୍ଥାନେ ଅଗ୍ନିକାଣ୍ଡ ଘଟାଇଛନ୍ତି ଉଗ୍ରବାଦୀ। ବର୍ତ୍ତମାନ ମହିଳାଙ୍କ ପ୍ରତି ହୋଇଥିବା ଅନ୍ୟାୟ ଏବଂ ନିର୍ବସ୍ତ୍ର କରି ବୁଲାଇବା ଭିଡିଓ ସାମ୍ନାକୁ ଆସିବା ପରେ ଆଇରନ୍ ଲେଡି ଇରମ୍‌ ଶର୍ମିଲା ମଧ୍ୟ ଏହି ପ୍ରସଙ୍ଗରେ ନିଜର ମତ ଦେଇଛନ୍ତି। ସେ କହିଛନ୍ତି, ଯଦି କେନ୍ଦ୍ର ସରକାର ପୂର୍ବରୁ ହୋଇଥିବା ହିଂସା ପ୍ରତି ଧ୍ୟାନ ଦେଇଥାନ୍ତେ ତେବେ ଏଭଳି ଘଟଣା ସାମ୍ନାକୁ ଆସି ନଥାନ୍ତା। ହିଂସା ପଛରେ ମୁଖ୍ୟ କାରଣ ରାଜ୍ୟରେ ବଢିଥିବା ନିଶା ଓ ବେକାରୀ ସମସ୍ୟା ବୋଲି ସେ ଦର୍ଶାଇଛନ୍ତି।

ଜାତି ହିଂସା ଦ୍ୱାରା ପ୍ରଭାବିତ ମଣିପୁରର ଲୋକଙ୍କୁ ମାନବିକ ହେବାକୁ ଇରମ୍ ଶର୍ମିଲା ପରାମର୍ଶ ଦେଇଥିଲେ। ସେ ଉଭୟ ସମ୍ପ୍ରଦାୟକୁ ବର୍ବରତା ଏବଂ ଘୃଣାର ପଥରୁ ଦୂରେଇ ରହିବାକୁ ଅନୁରୋଧ କରିଥିଲେ। ମଣିପୁରରେ ଶୀଘ୍ର ଶାନ୍ତି ଫେରାଇ ଆଣିବା ଉଚିତ ବୋଲି ସେ କହିଛନ୍ତି। ହିଂସା କେବଳ ନିଜକୁ କ୍ଷତି ପହଞ୍ଚାଉଛି। ଭବିଷ୍ୟତରେ ଏହାର ପ୍ରଭାବକୁ ଆମେ ଅସ୍ୱୀକାର କରିପାରିବୁ ନାହିଁ। ଯୁବ କାର୍ଯ୍ୟକର୍ତ୍ତା ଇରମ୍ ଶର୍ମିଲା ଏକ ଗଣମାଧ୍ୟମ ସଂସ୍ଥା ସହିତ ପୃଥକ ବାର୍ତ୍ତାଳାପରେ ନିଶା ସେବନ ଏବଂ ବେକାରୀ ସମସ୍ୟାକୁ ଯୁବ ହିଂସା ପଛର ମୁଖ୍ୟ କାରଣ ବୋଲି ଦର୍ଶାଇଛନ୍ତି।

ଇରୋମ ଶର୍ମିଲା କହିଛନ୍ତି ଯେ କର୍ମଚାରୀମାନେ ସେମାନଙ୍କ ଦରମା ପାଇନାହାଁନ୍ତି। ବେତନର ଏକ ପ୍ରମୁଖ ଅଂଶ ଉଗ୍ରବାଦୀଙ୍କ ନିକଟକୁ ଯାଇଥାଏ। ରାଜ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ସେ ଏଥିରେ ହସ୍ତକ୍ଷେପ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିବେଦନ କରିଛନ୍ତି। ଶାନ୍ତି ଫେରାଇ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ରାଜ୍ୟର ବିଧାୟକଙ୍କ ସହ ଏକ ବୈଠକ କରିବା ସହ ଶାନ୍ତି ପ୍ରତିଷ୍ଠା ପାଇଁ ରାଜ୍ୟ ପ୍ରତିନିଧୀମାନେ ଦାୟିତ୍ୱ ଗ୍ରହଣ କରିବା ଉଚିତ ବୋଲି ସେ କହିଛନ୍ତି।

Leave A Reply

Your email address will not be published.