Latest Odisha News

BREAKING NEWS

ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ଡାର୍କ ପାର୍ଲେ-ଜିର ଫଟୋ, ଅପେକ୍ଷାରେ ଲୋକେ

ନୂଆଦିଲ୍ଲୀ; ବର୍ତ୍ତମାନ ମାର୍କେଟରେ ଭଳି କି ଭଳି ବିସ୍କୁଟ ଉପଲବ୍ଧ । ଟେଷ୍ଟ, ଫ୍ଲେଭର ଏପରିକି ଦରରେ ମଧ୍ୟ ଜଣେ ଜଣଙ୍କ ପଛରେ ଦୌଡିବାରେ ଲାଗିଛି । କିନ୍ତୁ ପୁରୁଣା କାଳର ସେଇ ଆଇକନିକ ବିସ୍କୁଟ ପାର୍ଲେ-ଜିର ଟେଷ୍ଟ ଏବଂ ପରିଚୟ ଅନ୍ୟ ଖୋଜିଲେ ମଧ୍ୟ ଅନ୍ୟ କୌଣସି ବ୍ରାଣ୍ଡର ବିସ୍କୁଟରେ ମିଳେନାହିଁ । ପାର୍ଲେ-ଜି ବିସ୍କୁଟ, କିଏ ବା ଏହାକୁ ନ ଜାଣେ । ମାର୍କେଟରେ ଅନେକ ବିସ୍କୁଟ ବ୍ରାଣ୍ଡ ଥିଲେ ମଧ୍ୟ ‘ପାର୍ଲେ-ଜି’ର ଚାହିଦା ଅଧିକ। ପିଲାଠାରୁ ବୁଢା ପର୍ଯ୍ୟନ୍ତ ସଭିଁଏ ଏହି ବିସ୍କୁଟ ଖାଇବାକୁ ପସନ୍ଦ କରିଥାନ୍ତି। ପାର୍ଲେ-ଜି ବିସ୍କୁଟ ଯେତିକି ପସନ୍ଦ ନୁହେଁ ପ୍ୟାକେଟରେ ଥିବା ପାର୍ଲେ ଗାର୍ଲର ଫଟୋକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି।

ପାର୍ଲେ-ଜି କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ସର୍ବଶ୍ରେଷ୍ଠ ବିକ୍ରି ହୋଇଥିବା ବିସ୍କୁଟ ହୋଇପାରିଛି | ଏହି ବିସ୍କୁଟ ସହିତ ଅନେକ ଲୋକଙ୍କର ପିଲାଦିନର ସ୍ମୃତି ରହିଛି । ଯାହାଙ୍କ ପାଇଁ ପାର୍ଲେ-ଜି କେବଳ ଏକ ବିସ୍କୁଟ ନୁହେଁ, ଏହା ଏକ ଭାବନା | ସମ୍ପ୍ରତି, ପାର୍ଲେ-ଜି ବିସ୍କୁଟ ବିଷୟରେ ସୋସିଆଲ ମିଡିଆରେ ଅନେକ ଆଲୋଚନା ଚାଲିଛି । କୁହାଯାଉଛି ଯେ, ପାର୍ଲେ-ଜି କମ୍ପାନୀ ବଜାରରେ ବିସ୍କୁଟର ଏକ ନୂଆ ସ୍ୱାଦ ଆଣିଛି | ବର୍ତ୍ତମାନ ଏହି ଡାର୍କ ପାର୍ଲେ-ଜି ର ଫଟୋ ଇଣ୍ଟରନେଟରେ ଭାଇରାଲ ହେଉଛି । ଯାହାକୁ ଦେଖି ପାର୍ଲେ-ଜି ପ୍ରେମୀଙ୍କ ମନରେ ଉତ୍ସହ ଖେଳିଯାଇଛି । ଏଥି ସହିତ, କିଛି ଲୋକ ଏହା ଉପରେ ମିମ୍ସ ମଧ୍ୟ ତିଆରି କରୁଛନ୍ତି ।

ଭାଇରାଲ ହେଉଥିବା ପାର୍ଲେ-ଜି ବିସ୍କୁଟର ଏଇ ନୂତନ ଅବତାରକୁ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଭିନ୍ନ ଭିନ୍ନ କଥା କହୁଥିବା ବେଳେ ଏହା ଚକୋଲେଟ ଫ୍ଲେଭରର ହୋଇଥିବ ବୋଲି ଅନୁମାନ କରୁଛନ୍ତି । ଭାଇରାଲ୍ ଫଟୋରେ ଦେଖାଯାଇଥିବା ବିସ୍କୁଟର ପ୍ୟାକେଜିଂ ମଧ୍ୟ ବହୁତ ଭିନ୍ନ । ପୁରୁଣା ଅପେକ୍ଷା ନୂଆ ବିସ୍କୁଟର ରଙ୍ଗ ସାମାନ୍ୟ ଡାର୍କ ରହିଛି । ଯଦିଓ, ଏପର୍ଯ୍ୟନ୍ତ ପାର୍ଲ ପ୍ରଡକ୍ଟ ଦ୍ୱାରା କୌଣସି ନିଶ୍ଚିତକରଣ ଦିଆଯାଇନାହିଁ, କିନ୍ତୁ ଏହାକୁ ନେଇ ସୋସିଆଲ ମିଡିଆରେ ବ୍ୟାପକ ଭାବେ ଆଲୋଚନା ଚାଲିଛି | ସମ୍ପ୍ରତି, ଏହି ବିସ୍କୁଟର ଚିତ୍ର ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ସେୟାର କରାଯାଇଛି, ଯାହାକୁ ଅନେକ ଲୋକ ପସନ୍ଦ କରିବା ସହ ସେୟାର ମଧ୍ୟ କରୁଛନ୍ତି ।

ଉପଭୋକ୍ତାମାନେ ସୋସିଆଲ ମିଡିଆରେ ହୋଇଥିବା ଏହି ପୋଷ୍ଟରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି | ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଏହି ଫଟୋଗୁଡ଼ିକ ସଂପୂର୍ଣ୍ଣ ରୂପେ AI ଦ୍ୱାରା ନିର୍ମିତ ଏବଂ ଏହା ନକଲି | ସେହିପରି ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, ସାଧା ପାର୍ଲେ-ଜି ଡାର୍କ ପାର୍ଲ-ଜୀ ଠାରୁ ବହୁତ ଭଲ | ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, ଆପଣଙ୍କର ପ୍ରିୟ ରଙ୍ଗ କ’ଣ? ସେହିପରି ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, ଏହାକୁ ଏପର୍ଯ୍ୟନ୍ତ ବଜାରରେ କୋଉଠି ମଧ୍ୟ ଦେଖିବାକୁ ମିଳିନାହିଁ ।

Leave A Reply

Your email address will not be published.