Latest Odisha News

ତାରା ଏବଂ ନରସିଂହଙ୍କ ଇସ୍ତଫା ବାବଦରେ ନିରଞ୍ଜନ ସତରେ କ’ଣ ଜାଣିନାହାନ୍ତି ?

ଭୁବନେଶ୍ୱର: କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ନରସିଂହ ମିଶ୍ର ଦଳୀୟ ପଦବୀରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି। ଏହାକୁ ନେଇ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ଗୁରୁବାର ଗୋଳିଆ କରିଲା ଭଳି ମତ ରଖିଛନ୍ତି ।

ଦଳୀୟ ମୁଖ୍ୟ ସଚେତକ ପଦରୁ ତାରା ପ୍ରସାଦ ବାହିନୀପତି ଏବଂ ବିଧାୟକ ଦଳ ନେତା ପଦରୁ ନରସିଂହ ମିଶ୍ରଙ୍କ ଇସ୍ତଫା ସମ୍ପର୍କରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ସେ କହିଛନ୍ତି ଯେ, ଦୁଇ ନେତାଙ୍କ ମଧ୍ୟରେ କୌଣସି ଆଲୋଚନା ହୋଇନାହିଁ।

ଦଳୀୟ ମୁଖ୍ୟ ସଚେତକ ପଦ କଂଗ୍ରେସ ବିଧାୟକ ଦଳ ନିଷ୍ପତ୍ତି ନିଏ । ପିସିସି ନିଏ ନୁହେଁ। ତାରା ବାହିନୀପତି ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ଜୋର ଧରିଛି। ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି କି ନାହିଁ ତାହା ସିଏଲପି (କଂଗ୍ରେସ ବିଧାୟକ ଦଳ ବୈଠକ) ଠିକ୍ ଭାବେ କହିପାରିବେ। କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଏହି ପ୍ରଶ୍ନର ଉତ୍ତର ଦେଇପାରିବେ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ଦୁଇ ନେତା ଦଳୀୟ ପଦ ଛାଡ଼ିବା ପଛରେ ସମ୍ଭାବ୍ୟ କାରଣ କ’ଣ ବୋଲି ନିରଞ୍ଜନ ପଟ୍ଟନାୟକଙ୍କୁ ଗଣମାଧ୍ୟମ ପ୍ରତିନିଧି ପଚାରିବାରୁ ସେ କହିଛନ୍ତି, ମୁଁ କହିବି ସେମାନେ ନିଜ ସ୍ୱାର୍ଥ ପାଇଁ ପଦପଦବୀ ଛାଡ଼ିଲେ। ପୂର୍ବରୁ କଂଗ୍ରେସ ସେମାନଙ୍କ ପାଇଁ ଏକ ଭଲ ଦଳ ଥିଲା। କିନ୍ତୁ ଏବେ ଯାହା ଭୁଲ ହୋଇଗଲାଣି। ଦଳରେ ଭଲ ହେଉ ବା ଖରାପ, ଯାହା ହେଉଛି ସେଥିପାଇଁ ଆମେ ସମସ୍ତେ ଦାୟୀ ।

ଓଡ଼ିଶା ପ୍ରଦେଶ କଂଗ୍ରେସରେ ଅଦଳବଦଳ ଦାବି ଜୋର ଧରିଥିବା ବେଳେ ଏହି ଦୁଇ ନେତା ଇସ୍ତଫା ଦେଇଥିବା କୁହାଯାଉଛି। ଦଳର ରାଜ୍ୟ ପ୍ରଭାରୀ ଚେଲ୍ଲାକୁମାର ଦଳର ନେତାଙ୍କ ସହ ବୈଠକ କରୁଛନ୍ତି । ସେ କହିଛନ୍ତି, ଯେବେଠାରୁ ନିରଞ୍ଜନ ପଟ୍ଟନାୟକ ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି, ବିଧାୟକଙ୍କ ସମେତ ସମସ୍ତ ନେତାଙ୍କ ମତାମତ ଶୁଣିବା ମୋର କର୍ତ୍ତବ୍ୟ।

Leave A Reply

Your email address will not be published.