Latest Odisha News

BREAKING NEWS

ଏବେ ବି ଶ୍ରେୟାଶ, ଈଶାନଙ୍କ ନିକଟରେ ରହିଛି ସୁଯୋଗ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ବାର୍ଷିକ ସେଂଟ୍ରାଲ କଂଟ୍ରାକ୍ଟରୁ ଈଶାନ କିଶାନ ଓ ଶ୍ରେୟାଶ ଆୟାରଙ୍କୁ ବାହାର କରିଛିି । ଯାହା ଏକ ଚର୍ଚ୍ଚାର କାରଣ ସାଜିଛି । ଦୁଇ ଜଣ ଯାକ ପ୍ରତିଭାବାନ ଖେଳାଳି ହୋଇଥିଲେ ମଧ୍ୟ ଦାୟିତ୍ୱହୀନତା ଏବଂ ଉତ୍ସର୍ଗୀକୃତ ମନୋଭାବର ଅଭାବ ଯୋଗୁ ବିସିସିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଈଶାନ ରଣଜୀ ଟ୍ରଫି ନ ଖେଳି ଆଇପିଏଲ ପାଇଁ ଅଭ୍ୟାସ କରୁଥିବା ବେଳେ ଶ୍ରେୟାଶ ଫିଟ ଥିବା ସତ୍ୱେ ନିଜକୁ ଅନଫିଟ ଘୋଷିତ କରିଥିଲେ । ଏବେ ସେମାନେ ଆଇପିଏଲର ଆଗାମୀ ସଂସ୍କରଣ ଓ ଘରୋଇ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କଲେ ସେଂଟ୍ରାଲ କଂଟ୍ରାକ୍ଟରେ ସାମିଲ ହୋଇପାରିବେ ।

ଭଲ ପ୍ରଦର୍ଶନ ସହ ଚୟନ କମିଟିଙ୍କ ମନ ଜିିଣି ସେମାନେ ଟିମ ଇଣ୍ଡିଆରେ ସ୍ଥାନ ପାଇଲେ ଏହି ସୁଯୋଗ ସୃଷ୍ଟି ହେବ । ନୂତନ ନିୟମ ଅନୁସାରେ ଏଥିପାଇଁ ସେମାନଙ୍କୁ ୩ଟି ଟେଷ୍ଟ, ୮ଟି ଦିନିକିଆ ଓ ୧୦ଟି ଟି୨୦ ମ୍ୟାଚ ଖେଳିବାକୁ ପଡିବ । ଏଥିରେ ସଫଳ ହେଲେ ସେମାନେ ପୂନର୍ବାର ସେଂଟ୍ରାଲ କଂଟ୍ରାକ୍ଟରେ ସାମିଲ ହେବେ ।

Leave A Reply

Your email address will not be published.