Latest Odisha News

BREAKING NEWS

୧୫ ମାସ ମଧ୍ୟରେ ୩ଟି ଆଇସିସି ଟ୍ରଫି ଜିତିବା ପାଇଁ ଭାରତ ନିକଟରେ ରହିଛି ସୁଯୋଗ

ନୂଆଦିଲ୍ଲୀ: ଗତ ବର୍ଷ ନଭେମ୍ବରରେ ଦିନିକିଆ ବିଶ୍ୱକପ କ୍ରିକେଟ ଫାଇନାଲରେ ଭାରତ ହାରିବା ଏବେ ବି ପ୍ରଶଂସକଙ୍କ ମନରୁ ଲିଭି ନାହିଁ । ଏଥିସହ ୧୧ ବର୍ଷ ହେବ ଭାରତର ଆଇସିସି ଟ୍ରଫି ଜିତିବା ଆଶା ଧୂଳିସାତ ହୋଇଛି । ରୋହିତ ଶର୍ମା ନେତୃତ୍ୱାଧୀନ ଟିମ ନିକଟରେ ଏବେ ୧୫ ମାସ ମଧ୍ୟରେ ୩ଟି ଆଇସିସି ଟ୍ରଫି ଜିତିବା ସୁଯୋଗ ଉପନୀତ ହୋଇଛି । ଏଗୁଡିକ ହେଲା ଟି୨୦ ବିଶ୍ୱକପ, ଚାମ୍ପିୟନ୍ସ ଟ୍ରଫି ଓ ବିଶ୍ୱଟେଷ୍ଟ ଚାମ୍ପିୟନଶିପ । ଚଳିତ ବର୍ଷ ଜୁନ ୧ରୁ ଟି୨୦ ବିଶ୍ୱକପ ଆରମ୍ଭ ହେବ । ଭାରତୀୟ ଦଳ ନିକଟରୁ ଏହାକୁ ଜିତିବା ପାଇଁ ସୁବର୍ଣ୍ଣ ସୁଯୋଗ ରହିଛି । ରୋହିତ ଦଳର ନେତୃତ୍ୱ ନେବା ସ୍ପଷ୍ଟ ହୋଇ ଯାଇଥିବା ବେଳେ ଖୁବ ଶୀଘ୍ର ଏ ନେଇ ଦଳ ଚୟନ କରାଯିବ ।

୨୦୨୫ରେ ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି ଖେଳାଯିବ । ଏହା ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଖେଳାଯିବ । ଯଦି ଟିମ ଇଣ୍ଡିଆ ସେମାନଙ୍କ ଦକ୍ଷତା ମୁତାବକ ପ୍ରଦର୍ଶନ କରନ୍ତି ତେବେ ଏହି ୩ଟି ଟ୍ରଫି ଜିତି କିଛି ବଡ କଥା ନୁହେଁ ବୋଲି ପ୍ରଶଂସକମାନେ କହିଛନ୍ତି । ଏବେ ସମସ୍ତଙ୍କ ନଜର ଟି୨୦ ବିଶ୍ୱକପ ଉପରେ ରହିଛି ।

Leave A Reply

Your email address will not be published.