ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ୍ (ଆଇଏସଏଲ) ଫୁଟବଲର ୭ମ ସଂସ୍କରଣ କାର୍ଯ୍ୟସୂଚୀ ଶୁକ୍ରବାର ଘୋଷଣା କରାଯାଇଛି । ଓଡିଶା ଏଫସି ନଭେମ୍ବର ୨୩ରୁ ହାଇଦ୍ରାବାଦ ଏଫସି ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ । ଏହି ମ୍ୟାଚ ଗୋଆର ବାମ୍ବୋଲିମର ଜିଏମସି ଷ୍ଟାଡିୟମରେ ଖେଳାଯିବ । ଫୁଟବଲ ସ୍ପୋର୍ଟ୍ସ ଡେଭଲେପମେଂଟ ଲିମିଟେଡ ପ୍ରଥମ ୧୧ ରାଉଣ୍ଡ ଖେଳର କାର୍ଯ୍ୟସୂଚୀ ଘୋଷଣା କରିଛି । ଉଦଘାଟନୀ ମୁକାବିଲାରେ ଚାମ୍ପିୟନ ଏଟିକେ ମୋହନ ବାଗାନ ନଭେମ୍ବର ୨୦ରେ କେରଳ ବ୍ଲାଷ୍ଟର୍ସକୁ ଭେଟିବ । କରୋନା ମହାମାରୀ ଯୋଗୁ ବନ୍ଦ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ ।
ଓଡିଶା ଏଫସି କାର୍ଯ୍ୟସୂଚୀ: ନଭେମ୍ବର ୨୩ରେ ହାଇଦ୍ରାବାଦ ଏଫସି ବିପକ୍ଷରେ ଅଭିଯାନ ଆରମ୍ଭ କରିବା ପରେ ୨୯ରେ ଜାମସେଦପୁରକୁ ଓ ଡିସେମ୍ବର ୩ରେ ଏଟିକେ ମୋହନବାଗାନକୁ ଭେଟିବ । ସେହିପରି ୬ରେ ମୁମ୍ବାଇ ସିଟି ଏଫସି, ୧୨ରେ ଏଫସି ଗୋଆ, ୧୭ରେ ବେଙ୍ଗାଲୁର ଏଫସି, ୨୨ରେ ନର୍ଥଇଷ୍ଟ ୟୁନାଇଟେଡ ଏଫସିକୁ ଭେଟିବ । ଜାନୁୟାରୀ ୩ରେ ଇଷ୍ଟବେଙ୍ଗଲ, ୭ରେକେରଳ ବ୍ଲାଷ୍ଟର୍ସ ଓ ୧୦ରେ ଚେନ୍ନାୟିନି ଏଫସିକୁ ଭେଟିବ । ଜାମସେଦପୁର,ମୁମ୍ବାଇ, ଇଷ୍ଟବେଙ୍ଗଲ ଓ ଚେନ୍ନାୟିନି ଏଫସି ମ୍ୟାଚ ସନ୍ଧ୍ୟା ୫ଟାରେ ଏବଂ ଅନ୍ୟ ମ୍ୟାଚଗୁଡିକ ୭ଟା୩୦ରୁ ଆରମ୍ଭ ହେବ ।
BREAKING NEWS
- ନିର୍ବାଚନ ପୂର୍ବରୁ ଫେସବୁକରୁ ଏହି ଫିଚର୍ସ ହଟାଇବାକୁ ମେଟାର ନିଷ୍ପତ୍ତି, ରାଜନୈତିକ ଦଳ ଉପରେ ପଡିବ ପ୍ରଭାବ
- ସମ୍ବଲପୁର ମାଟିରେ ପ୍ରଣବ; କହିଲେ, ‘ବାପାଙ୍କର କର୍ମଭୁମି ଥିବାରୁ ଆଜି ମୋ ଘରେ ଠିଆ ହେବା ପରି ଲାଗୁଛି’
- ସୁରେନ୍ଦ୍ର ସିଂ ଭୋଇ ହେବେ ବିଜେଡିର ବଲାଙ୍ଗିର ସାଂସଦ ପ୍ରାର୍ଥୀ !
- ମୁଖତାରୀ ଅନସାରୀ ମୃତ୍ୟୁ ମାମଲା, ହାଇଆଲର୍ଟରେ ୟୁପି
- ବିହାରରେ ଛିଣ୍ଡିଲା ଆରଜେଡି ଓ କଂଗ୍ରେସ ଆସନ ଭାଗବଣ୍ଟା, ୨୬ଟି ଆସନରେ ଆରଜେଡି
- ଆୟକର ବିଭାଗ ପକ୍ଷରୁ କଂଗ୍ରେସକୁ ୧୭୦୦ କୋଟି ଟଙ୍କାର ଟ୍ୟାକ୍ସ ନୋଟିସ୍
- ଏଆଇ ଠୁ ନେଇ ସ୍ଵାସ୍ଥ୍ୟ ପର୍ଯ୍ୟନ୍ତ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା କଲେ ବିଲ୍ ଗେଟ୍ସ
- କଂଗ୍ରେସ ଛାଡିଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ, ବିଜେଡିରେ ମିଶିବା ନେଇ ଚର୍ଚ୍ଚା
- ସାଲେପୁରରୁ ବିଜେଡି ଟିକେଟ ନେବେ ପ୍ରକାଶ !
- ଭାରସାମ୍ୟ ହରାଇ ଖାଇକୁ ଖସିଲା ଭ୍ୟାନ୍; ୧୦ ମୃତ