Latest Odisha News

BREAKING NEWS

ହମାସର ଆକ୍ରମଣ ପୂର୍ବରୁ ଏବଂ ପରେ କିପରି ଥିଲା ଇସ୍ରାଏଲ, ଦେଖନ୍ତୁ ସାଟେଲାଇଟ ଫଟୋ

ନୂଆଦିଲ୍ଲୀ: ଇସ୍ରାଏଲର ସାଟେଲାଇଟ୍ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଚିତ୍ରଗୁଡିକ ମାଇକ୍ରୋବ୍ଲଗିଂ ସାଇଟରେ ‘ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ’ (IDF) ଦ୍ୱାରା ପୋଷ୍ଟ କରାଯାଇଛି। ଏହି ପୋଷ୍ଟ ସେୟାର କରିବା ମାତ୍ରେ ଉକ୍ତ ପୋଷ୍ଟକୁ ୪ ଲକ୍ଷ ୨୩ ହଜାର ଭ୍ୟୁ ଏବଂ ସାଢେ ସାତ ହଜାରରୁ ଅଧିକ ଲାଇକ୍ ମିଳିଛି। ଏହାସହ ଉକ୍ତ ପୋଷ୍ଟରେ ଶହ ଶହ ଉପଭୋକ୍ତା ନିଜ ନିଜର ମନ୍ତବ୍ୟ ଲେଖିଛନ୍ତି। ସୂଚନାଥାଉକି ଯେ ଇସ୍ରାଏଲ୍-ହମାସ ଯୁଦ୍ଧରେ ୩୯୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

ସୂଚନାଯୋଗ୍ୟ, ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ୨୦ ମିନିଟ ମଧ୍ୟରେ ପ୍ରାୟ ୫ ହଜାର ରକେଟ ମାଡ଼ ହୋଇଥିଲା। ଇସ୍ରାଏଲକୁ ଚକିତ କରିଥିବା ଏହି ଆକ୍ରମଣ ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ‘ହମାସ’ ଦ୍ୱାରା କରାଯାଇଥିଲା। ଏହି ସଂଗଠନ ୨୦୦୭ମସିହାରୁ ଗାଜା ପଟ୍ଟି ଉପରେ ଶାସନ କରିଆସୁଛି। ଏହି ଯୁଦ୍ଧରେ ପାଲେଷ୍ଟାଇନର ୨୪୫୦ ଜଣ ଏବଂ ଇସ୍ରାଏଲର ୧୪୦୦ ଜଣଙ୍କର ମୃତ୍ୟୁ ଘଟିଛି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ଏବଂ ସାଧାରଣ ନାଗରିକ।

୭୫ବର୍ଷ ପୁରୁଣା ଅସ୍ତିତ୍ୱକୁ ବଞ୍ଚାଇ ରଖିବା ପାଇଁ ଇସ୍ରାଏଲ୍ ଏହାର ୧୬ ତମ ଭୟଙ୍କର ଯୁଦ୍ଧ ସହିତ ଲଢୁଛି। ଇସ୍ରାଏଲ-ହମାସ ବିବାଦ ମଧ୍ୟ ବିଶ୍ୱକୁ ଦୁଇ ଦଳରେ ବିଭକ୍ତ କରିଛି। ଏହି ଆକ୍ରମଣ ସମ୍ପର୍କରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ କହିଛନ୍ତି ଯେ ବିଶ୍ୱ ଆଇଏସ୍ଆଇଏସକୁ ଦଳି ଦେଇଥିବା ପରି ଏହା ମଧ୍ୟ ଚୂର୍ଣ୍ଣ ହୋଇଯିବ। ଏଥି ସହିତ ପାଲେଷ୍ଟାଇନର ପ୍ରଧାନମନ୍ତ୍ରୀ ମହମ୍ମଦ ଶତାୟେହ କହିଛନ୍ତି ଯେ ବିଶ୍ୱରୁ ଇସ୍ରାଏଲର ସମର୍ଥନ ସେମାନଙ୍କୁ ମାନବିକତା ବିରୁଦ୍ଧରେ ଅଧିକ ଅତ୍ୟାଚାର କରିବାକୁ ଉତ୍ସାହିତ କରୁଛି।

Leave A Reply

Your email address will not be published.