Latest Odisha News

25@କୁଛ୍ କୁଛ୍ ହୋତା ହୈ: ଶାହାରୁଖ ଖାନ ଓ ରାନୀ ମୁଖାର୍ଜୀଙ୍କ ମଧ୍ୟରେ ନଜର ଆସିଲେନି କାଜୋଲ

ମୁମ୍ବାଇ: ବଲିଉଡର ସୁପରଡୁପର ହିଟ ଫିଲ୍ମ ‘କୁଛ୍‌ କୁଛ୍‌ ହୋତା ହୈ’କୁ ୨୫ ବର୍ଷ ପୂରା ହୋଇଛି। ହେଲେ ଆଜି ବି ଏହି ଫିଲ୍ମର ଲୋକପ୍ରିୟତା କମିନି। ଏହି ଫିଲ୍ମ ଓ ଏହାର ଗୀତକୁ ଦର୍ଶକ ଏବେବି ପସନ୍ଦ କରନ୍ତି। ଏହି ଫିଲ୍ମରେ ଶାହରୁଖ ଖାନ, କାଜଲ ଓ ରାଣୀ ମୁର୍ଖାଜୀ ଲିଡ୍‌ ରୋଲ୍‌ରେ ଥିଲେ। ସେମାନଙ୍କ ସହ ଏହି ଫିଲ୍ମକୁ ଆହୁରି ହିଟ୍‌ କରାଇଥିଲେ ଦୁଇ କୁନି କଳାକାର। କମେଡି ଓ ସୁନ୍ଦର ଡାଇଲଗ୍‌ ପରିବେଷଣ କରି ସେମାନେ ଜିତିଥିଲେ ଦର୍ଶକଙ୍କ ହୃଦୟ। ୧୯୯୮ରେ ରିଲିଜ ହୋଇଥିବା ଏହି ଫିଲ୍ମରେ ମୁଖ୍ୟ ଆକର୍ଷଣ ଥିଲା ଅଞ୍ଜଳି ଓ ସାଇଲେଣ୍ଟ ସର୍ଦ୍ଦାର ଚରିତ୍ର । ଅଞ୍ଜଳି ଚରିତ୍ରରେ ଅଭିନୟ କରିଥିଲେ ସନା ସଇଦ ଓ ସର୍ଦ୍ଦାର ଚରିତ୍ରରେ ଅଭିନୟ କରିଥିଲେ ପରଜାନ ଦସ୍ତୁର । ଉଭୟଙ୍କ ନିଖୁଣ ଅଭିନୟ ଦର୍ଶକଙ୍କ ମନ କିଣିଥିଲେ ।

ତେବେ ଚଳଚ୍ଚିତ୍ର ‘କୁଛ୍‌ କୁଛ୍‌ ହୋତା ହୈ’ର ୨୫ ବର୍ଷ ପୁରଣ ଅବସରରେ ଗତକାଲି ମୁମ୍ବାଇରେ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର ସ୍କ୍ରିନିଂ । ଏକାଠି ହୋଇଥିଲେ ଫିଲ୍ମର ନିର୍ଦ୍ଦେଶକ କରଣ ଜୋହର, ଶାହାରୁଖ ଖାନ୍ ଓ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ସମେତ ଅନ୍ୟାନ୍ୟ କଳାକାରମାନେ । କିନ୍ତୁ ସଭିଙ୍କ ଭିଡରେ ନଜର ଆସିନଥିଲେ କାଜୋଲ ଓ ସଲମାନ । କାଲି ମୁମ୍ବାଇର ସ୍ପେସାଲ ସ୍କ୍ରିନିଂରେ ସବୁ ତାରକା ଚମକିଥିଲେ କିନ୍ତୁ ଦର୍ଶକଙ୍କ ଆଖି ଖୋଜୁଥିଲା ଅଞ୍ଜଲିଙ୍କୁ । ଆଉ ନିଜକୁ ସମ୍ଭାଳିନପାରି ଅନେକ ଦର୍ଶକ ଏକାସାଙ୍ଗରେ ଅଞ୍ଜଲି କେଉଁଠି ବୋଲି ପ୍ରଶ୍ନ ପଚାରିଥିଲେ । ତେବେ ଏହାର ଉତ୍ତରରେ ଶାହରୁଖ କହିଥିଲେ ସେ କାଜୋଲ କିଛି ଆଉଟଡୋର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏଥିପାଇଁ ସେ ଆଜି ଉପସ୍ଥିତ ହୋଇପାରି ନାହାଁନ୍ତି । କିନ୍ତୁ ସେ ଆପଣମାନଙ୍କ ପାଇଁ କିଛି ଭଲପାଇବା ଏବଂ ମିଠକଥା ବାଣ୍ଟିଛନ୍ତି ।

ଧର୍ମା ପ୍ରଡକ୍ସନ୍ସ ଦ୍ୱାରା ନିର୍ମିତ ଏହି ଫିଲ୍ମରେ କାଜୋଲ ଅଞ୍ଜଳି ଏବଂ ଶାହରୁଖ ଖାନ ରାହୁଲ ଏବଂ ରାନୀ ମୁଖାର୍ଜୀ ଏହି ତ୍ରିକୋଣୀୟ ପ୍ରେମ କାହାଣୀରେ ଟିନା ଭୂମିକାରେ ଅଭିନୟ କରିଥିଲେ । ତାଙ୍କ ଛଡା ଏହି ଫିଲ୍ମରେ ଅନୁପମ ଖେର, ହିମାନୀ ଶିବପୁରୀ, ଫରିଦା ଜଲାଲ, ଅର୍ଚ୍ଚନା ପୁରନ ସିଂହ ଏବଂ ସନା ସୟୀଦ ମଧ୍ୟ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ ।

Leave A Reply

Your email address will not be published.