Latest Odisha News

ଇସ୍ରାଏଲ ଆରମ୍ଭ କଲା କି ଇରାନ ଉପରେ ଆକ୍ରମଣ !

ତେହେରାନ: ଇରାନ ଓ ଇସ୍ରାଏଲ ଏବେ ମୁହାଁମୁହିଁ ହୋଇଛନ୍ତି । ଇସ୍ରାଏଲ ଉପରେ ଆକ୍ରମଣ କରି ଇରାନ ଏହି ଯୁଦ୍ଧର ବିଗୁଲ ଫୁଙ୍କି ସାରିଛି । ତେବେ ଆମେରିକାର ଏକ ପ୍ରତିଷ୍ଠିତ ମିଡିଆ ରିପୋର୍ଟ ଅନୁସାରେ ଇରାନର ଏକ ବିମାନବନ୍ଦର ଉପରେ ଇସ୍ରାଏଲ ମିସାଇଲ ଆକ୍ରମଣ କରିଛି । ତେବେ ଏହି ଖବରର ସତ୍ୟତା ଏ ପର୍ଯ୍ୟନ୍ତ ପୃଷ୍ଟି ହୋଇ ନାହିଁ । ଇସଫାହାନ ବିମାନବନ୍ଦରରେ ଏକ ବଡ ଧରଣର ବିସ୍ଫୋରଣ ହୋଇଥିଲା । ଏହାର କାରଣ ସ୍ପଷ୍ଟ ଭାବେ ଜଣା ପଡି ନାହିଁ । ତେବେ ଏହା ନିକଟରେ ଇରାନର ୟୁରାନିୟମ କାରଖାନା ଥିବାରୁ ଇସ୍ରାଏଲକୁ ସନ୍ଦେହ କରାଯାଉଛି ।

ପୂର୍ବରୁ ଇରାନ ୩୦୦ରୁ ଊର୍ଦ୍ଧ୍ୱ ମିସାଇଲ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ ମଧ୍ୟ ବିଶେଷ କିଛି ଫାଇଦା ହୋଇ ନ ଥିଲା । ଅଧିକାଂଶ ମିସାଇଲକୁ ଇସ୍ରାଏଲ ନଷ୍ଟ କରିବାରେ ସଫଳ ହୋଇଥିଲା । ଏହି ଯୁଦ୍ଧ ପଶ୍ଚିମ ଏସୀଆରେ ଅଶାନ୍ତି ସୃଷ୍ଟି କରିବ ବୋଲି ରକ୍ଷା ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି । ଇରାନ ପୂର୍ବରୁ ଆମେରିକାକୁ ଏହି ଯୁଦ୍ଧରେ ମୁଣ୍ଡ ନ ଖେଳାଇବା ପାଇଁ ଚେତାବନୀ ଦେଇଛି ।

Leave A Reply

Your email address will not be published.