ଗାଜା: ଧ୍ୱଂସ ସ୍ତୁପ ପାଲଟିଛି ଗାଜା । ଉଜୁଡା ଘର.ଆର୍ତ୍ତ ଚିତ୍କାର । ଏ ଦୃଶ୍ୟ,ଏ ଶବ୍ଦ ହୃଦୟ ଥରାଇ ଦେଉଛି । ତାରି ଭିତରେ ବି ଚାଲିଛି ଉଦ୍ଧାର କାର୍ଯ୍ୟ । ଧ୍ୱଂସ ସ୍ତୁପ ତଳୁ ବାହାରୁଛି ମୃତଦେହ । ଉଦ୍ଧାରକାରୀ ଟିମ ଲୁହ ଆଉ କୋହକୁ ଚାପି କର୍ତ୍ତବ୍ୟରେ ଲାଗିଛନ୍ତି । ହେଲେ ଏ ଦୃଶ୍ୟ ଦେଖିବା ପରେ କାହା ଆଖିର ଲୁହ ଆଉ ବୋଲ ମାନି ନ ଥିଲା । ଘଣଟିଏ ପାଇଁ ଅଟକି ଯାଇଥିଲା ହାତ । ଧ୍ୱଂସସ୍ତୁପ ତଳୁ ଉଦ୍ଧାର ହୋଇଥିଲା ଏକ ମହିଳାଙ୍କ ଶବ । କୋଳରେ ଥିଲା କ୍ଷତବିକ୍ଷତ ଶିଶୁର ଶବ ।
ଉଦ୍ଧାରକାରୀ ଟିମର ମୁଖ୍ୟ କର୍ଣ୍ଣଲ ଗୋଲନ ବାଚ କହିଛନ୍ତି, ଆକ୍ରମଣର ତିନି ଦିନ ପରେ ବିରି କିବୁତ୍ଜରେ ଧ୍ୱଂସସ୍ତୁପ ତଳୁ ଉଦ୍ଧାର କାର୍ଯ୍ୟ ଚାଲିଥିଲା । ଏହି ସମୟରେ ଉଦ୍ଧାରକାରୀ ଟିମ ଜଣେ ମିହଳାଙ୍କ ଶବ ଉଦ୍ଧାର କରିଥିଲେ, ଯାହାଙ୍କ କୋଳରେ ଏକ କ୍ଷତବିକ୍ଷତ ଶିଶୁର ଶବ ଥିଲା । ବୋଧହୁଏ ମହିଳାଜଣକ ଶେଷ ସମୟ ପର୍ଯ୍ୟନ୍ତ ନିଜ ସନ୍ତାନକୁ ରକ୍ଷା କରିବାକୁ ଚାହୁଁଥିଲେ । ହେଲେ ପାରି ନ ଥିଲେ । ଗୋଲନ ବାଚ କହିଥିଲେ, ସେ ନିଜେ ଶିଶୁର ଶବକୁ ଏକ ବଡିବ୍ୟାଗରେ ନିଜ ହାତରେ ରଖିଥିଲେ । ଏ ଦୃଶ୍ୟ ଶତ୍ରୁର ହୃଦୟକୁ ବି ଭିଜାଇ ଦେବ ।
ଇସ୍ରାଏଲର କହିବା ଅନୁଯାୟୀ, ହମାସ ଆତଙ୍କବାଦୀ ଦକ୍ଷିଣ ଇସ୍ରାଏଲେ କିବୁତ୍ଜ ସମୁଦାୟ, କସବୋ ଏବଂ ସୈନ୍ୟଆଡ୍ଡାରେ ଆକ୍ରମଣ କରୁଛନ୍ତି । ଏହି ଆକ୍ରମଣରେ ୧୪୦୦ ଲୋକଙ୍କ ମୃତ୍ୟୁ ଘଟିଛି । ୨୨୯ ଜଣଙ୍କୁ ବନ୍ଧକ କରି ନେଇଛି ହମାସ । ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ଅଛନ୍ତି । ଏମାନଙ୍କୁ ଅତି ନିର୍ଦ୍ଦୟ ଭାବେ କରାଯାଇଛି ।
ତେବେ ହମାସ ପକ୍ଷରୁ ଏପରି ଅଭିଯୋଗକୁ ଖଣ୍ଡନ କରି କୁହାଯାଇଛି, ସେମାନେ କୌଣସି ଶିଶୁର ହତ୍ୟା କରିନାହାନ୍ତି ।
BREAKING NEWS
- ଭାରତ ସରକାରଙ୍କ ପକ୍ଷରୁ କଳିଙ୍ଗନଗର ସ୍ଥିତ ନୀଳାଚଳ ଇସ୍ପାତର ସମ୍ପସ୍ରାରଣକୁ ମିଳିଲା ପରିବେଶ ମଞ୍ଜୁରୀ
- Suicide Attack in Nigeria: ନାଇଜେରିଆର ମୈଦୁଗୁରି ସହରରେ ଆତ୍ମଘାତୀ ଆକ୍ରମଣ; ୨୩ ମୃତ, ୧୦୦ ରୁ ଅଧିକ ଆହତ
- ଆଫଗାନିସ୍ତାନରେ ଅହମଦୀମାନଙ୍କ ଉପରେ ଅତ୍ୟାଚାର ଓ ବିମାନ ଆକ୍ରମଣ ପାଇଁ ପାକିସ୍ତାନକୁ କଡା ନିନ୍ଦା କଲା ଭାରତ
- ଡ୍ରୋନ୍ ସାହାଯ୍ୟରେ ଭାରତରେ ଆତଙ୍କ ସୃଷ୍ଟି କରିବା ଷଡ଼ଯନ୍ତ୍ର ପଣ୍ଡ, ଜଣେ ଆମେରିକୀୟ ସହ ୬ ୟୁକ୍ରେନୀୟ ନାଗରିକ ଗିରଫ
- Bomb Blast: ଭୟଙ୍କର ବୋମା ବିସ୍ଫୋରଣ: ଛିଡିଗଲା ଯୁବକଙ୍କ ହାତ ପାପୁଲି…
- ନିଲମ୍ବିତ ବିଧାୟକଙ୍କୁ ଗୋଟିଏ ପ୍ଲାଟଫର୍ମରେ ସାମିଲ ହେବାକୁ ଆହ୍ୱାନ ଦେଲେ ମୋକିମ୍
- Maternity Leave Adoptive Mothers: ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
- ସମସ୍ୟା ପାଇଁ ଆସିଥିଲେ ଉଠାଇ ନେଲା ପୋଲିସ
- ଏସସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣା: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ ପଟ୍ଟନାୟକ
- ବିଦେଶିନୀଙ୍କୁ ପାଗଳ କରିଦେଲା ଓଡିଆ ପୁଅର ପ୍ରେମ
Comments are closed.