ଗାଜା: ଧ୍ୱଂସ ସ୍ତୁପ ପାଲଟିଛି ଗାଜା । ଉଜୁଡା ଘର.ଆର୍ତ୍ତ ଚିତ୍କାର । ଏ ଦୃଶ୍ୟ,ଏ ଶବ୍ଦ ହୃଦୟ ଥରାଇ ଦେଉଛି । ତାରି ଭିତରେ ବି ଚାଲିଛି ଉଦ୍ଧାର କାର୍ଯ୍ୟ । ଧ୍ୱଂସ ସ୍ତୁପ ତଳୁ ବାହାରୁଛି ମୃତଦେହ । ଉଦ୍ଧାରକାରୀ ଟିମ ଲୁହ ଆଉ କୋହକୁ ଚାପି କର୍ତ୍ତବ୍ୟରେ ଲାଗିଛନ୍ତି । ହେଲେ ଏ ଦୃଶ୍ୟ ଦେଖିବା ପରେ କାହା ଆଖିର ଲୁହ ଆଉ ବୋଲ ମାନି ନ ଥିଲା । ଘଣଟିଏ ପାଇଁ ଅଟକି ଯାଇଥିଲା ହାତ । ଧ୍ୱଂସସ୍ତୁପ ତଳୁ ଉଦ୍ଧାର ହୋଇଥିଲା ଏକ ମହିଳାଙ୍କ ଶବ । କୋଳରେ ଥିଲା କ୍ଷତବିକ୍ଷତ ଶିଶୁର ଶବ ।
ଉଦ୍ଧାରକାରୀ ଟିମର ମୁଖ୍ୟ କର୍ଣ୍ଣଲ ଗୋଲନ ବାଚ କହିଛନ୍ତି, ଆକ୍ରମଣର ତିନି ଦିନ ପରେ ବିରି କିବୁତ୍ଜରେ ଧ୍ୱଂସସ୍ତୁପ ତଳୁ ଉଦ୍ଧାର କାର୍ଯ୍ୟ ଚାଲିଥିଲା । ଏହି ସମୟରେ ଉଦ୍ଧାରକାରୀ ଟିମ ଜଣେ ମିହଳାଙ୍କ ଶବ ଉଦ୍ଧାର କରିଥିଲେ, ଯାହାଙ୍କ କୋଳରେ ଏକ କ୍ଷତବିକ୍ଷତ ଶିଶୁର ଶବ ଥିଲା । ବୋଧହୁଏ ମହିଳାଜଣକ ଶେଷ ସମୟ ପର୍ଯ୍ୟନ୍ତ ନିଜ ସନ୍ତାନକୁ ରକ୍ଷା କରିବାକୁ ଚାହୁଁଥିଲେ । ହେଲେ ପାରି ନ ଥିଲେ । ଗୋଲନ ବାଚ କହିଥିଲେ, ସେ ନିଜେ ଶିଶୁର ଶବକୁ ଏକ ବଡିବ୍ୟାଗରେ ନିଜ ହାତରେ ରଖିଥିଲେ । ଏ ଦୃଶ୍ୟ ଶତ୍ରୁର ହୃଦୟକୁ ବି ଭିଜାଇ ଦେବ ।
ଇସ୍ରାଏଲର କହିବା ଅନୁଯାୟୀ, ହମାସ ଆତଙ୍କବାଦୀ ଦକ୍ଷିଣ ଇସ୍ରାଏଲେ କିବୁତ୍ଜ ସମୁଦାୟ, କସବୋ ଏବଂ ସୈନ୍ୟଆଡ୍ଡାରେ ଆକ୍ରମଣ କରୁଛନ୍ତି । ଏହି ଆକ୍ରମଣରେ ୧୪୦୦ ଲୋକଙ୍କ ମୃତ୍ୟୁ ଘଟିଛି । ୨୨୯ ଜଣଙ୍କୁ ବନ୍ଧକ କରି ନେଇଛି ହମାସ । ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ଅଛନ୍ତି । ଏମାନଙ୍କୁ ଅତି ନିର୍ଦ୍ଦୟ ଭାବେ କରାଯାଇଛି ।
ତେବେ ହମାସ ପକ୍ଷରୁ ଏପରି ଅଭିଯୋଗକୁ ଖଣ୍ଡନ କରି କୁହାଯାଇଛି, ସେମାନେ କୌଣସି ଶିଶୁର ହତ୍ୟା କରିନାହାନ୍ତି ।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.