Latest Odisha News

BREAKING NEWS

DRDOର ଡ୍ରୋନ କ୍ରାସ୍, ଟ୍ରାଏଲ ସମୟରେ ହେଲା କ୍ରାସ

କର୍ଣ୍ଣାଟକ: ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନର ଡ୍ରୋନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । କର୍ଣ୍ଣାଟକର ଚିତ୍ରାଦୁର୍ଗା ଗ୍ରାମ ନିକଟରେ ଥିବା ଏକ କ୍ଷେତରେ ୟୁଏଭି ତାପଶ ନାମକ ଡ୍ରୋନ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇ ପଡିଥିବା ଦେଖିବାକୁ ମିଳିଛି । ଏନେଇ ଡିଆରଡିଓର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ଡିଆରଡିଓ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପରୀକ୍ଷଣ ଚାଲିଥିବା ସମୟରେ ଡିଆରଡିଓର ୟୁଏଭି ତାପଶ ନାମକ ଡ୍ରୋନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । କେଉଁ କାରଣରୁ ଦୁର୍ଘଟଣା ହେଲା ସେନେଇ ତଦନ୍ତ ଚାଲିଛି । ବର୍ତ୍ତମାନ ସୁଦ୍ଧା ଏହାର କାରଣ ଜଣା ପଡିନାହିଁ । ଖବର ପାଇବା ପରେ ସ୍ଥାନୀୟ ଗ୍ରାମବାସୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ଭିଡ ଜମାଇଥିଲେ । ୟୁଏଭି ବିଛାଡି ହୋଇପଡିଥିବା ଦେଖିବାକୁ ମିଳିଥିଲା । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଏରିଲ୍ ସର୍ଭିଲାନ୍ସ-ବିଅଣ୍ଡ ହୋରିଜନ୍ -୨୦୧ କିମ୍ବା ତାପଶ BH-୨୦୧ ଏକ ମାନବ ବିହୀନ ଡ୍ରୋନ୍‌ । ଯାହାକୁ ପୂର୍ବରୁ ରୁସ୍ତମ୍-୨ କୁହାଯାଉଥିଲା ।

Leave A Reply

Your email address will not be published.