Latest Odisha News

ରିଲିଜ୍ ହେଲା ଚନ୍ଦ୍ରପୃଷ୍ଠର ପ୍ରଥମ ଫଟୋ !

ନୂଆଦିଲ୍ଲୀ: ଚନ୍ଦ୍ରକକ୍ଷରେ ପ୍ରବେଶ କରିବା ପରେ ଚନ୍ଦ୍ରଯାନ-୨ ପକ୍ଷରୁ ଚନ୍ଦ୍ରପୃଷ୍ଠର ପ୍ରଥମ ଫଟୋ ରିଲିଜ୍ କରିଛି ଇସ୍ରୋ । ଇସ୍ରୋ ପକ୍ଷରୁ ଗୁରୁବାର ଦିନ ପ୍ରକାଶିତ ହୋଇଥିବା ଏହି ଫଟୋଟିରେ ରହିଛି ଚନ୍ଦ୍ରପୃଷ୍ଠର ଫଟୋଗ୍ରାଫ । ଏହି ଫଟୋଟି ସୌର୍ଯ୍ୟମଣ୍ଡଳରୁ ପ୍ରାୟ ୨,୬୫୦ କିଲୋମିଟର ଦୂରତାରୁ ସଂଗ୍ରହ ବୁଧବାର ଦିନ କରାଯାଇପାରିଛି ବୋଲି ଇସ୍ରୋ ଟ୍ୱିଟ୍ ମାଧ୍ୟମରେ ଜଣାଇଛି ।

ଏହି ଫଟୋଟିରେ ରହିଛି ଚନ୍ଦ୍ରପୃଷ୍ଠର ଭୌଗୋଳିକ ସ୍ଥିତି । ଏଥିରେ ରହିଛି ଓରିଏଣ୍ଟାଲ୍ ବାସିନ ଏବଂ ଆପୋଲୋ କ୍ରାଟର୍ସ ।

ଏହି ସ୍ପେସ୍ ଏଜେନ୍ସି ଦ୍ୱାରା ଅଗଷ୍ଟ ୪ ତାରିଖରେ ଚନ୍ଦ୍ରଯାନ ୨ ଦ୍ୱାରା ପୃଥିବୀର ପ୍ରଥମ ଫଟୋ ରିଲିଜ୍ ହୋଇଥିଲା ।

ଏଠାରେ ସୂଚନାଯୋଗ୍ୟ, ଆସନ୍ତା ସେପ୍ଟେମ୍ବର ୭ ତାରିଖ ପାଖାପାଖି ଦିନ ଗୋଟାଏ ୫୫ ମିନିଟରେ ଏହି ଚନ୍ଦ୍ରଯାନ – ୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ।

Leave A Reply

Your email address will not be published.