Latest Odisha News

BREAKING NEWS

‘ଓଡ଼ିଶା ରାଜ୍ୟ ଗୃହନିର୍ମାଣ ସଂସ୍ଥା’ର ଅଧ୍ୟକ୍ଷ ଭାବେ ପ୍ରିୟଦର୍ଶୀ ମିଶ୍ରଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର: ରାଜ୍ୟ ଗୃହନିର୍ମାଣ ସଂସ୍ଥାର ଅଧ୍ୟକ୍ଷ ଭାବେ ଭୁବନେଶ୍ୱର ଉତ୍ତର ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ବୁଧବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ବିଜୁ ଜନତାଦଳର ଜଣେ ଟାଣୁଆ ଯୁବନେତା ଭାବେ ବେଶ୍ ପରିଚିତ ଥିବା ଶ୍ରୀ ମିଶ୍ର ପୂର୍ବରୁ ବିଜେଡ଼ି ସମ୍ପାଦକ ତଥା ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଷ୍ଠାର ସହିତ ଦାୟିତ୍ୱ ନିର୍ବାହ କରିଛନ୍ତି । ଅଧୁନା ସେ ଦଳର ସାଧାରଣ ସମ୍ପାଦକ ଏବଂ ବିଜେଡ଼ି ମୁଖପାତ୍ର ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି । ସେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ସଫଳତାର ସହିତ ବିଧାୟକ ଭାବେ ଦାୟିତ୍ୱ ନିର୍ବାହ କରିବା ସହିତ ଶ୍ରେଷ୍ଠ ବିଧାୟକ ଭାବେ ନୂଆଦିଲ୍ଲୀଠାରେ ମଧ୍ୟ ପୁରସ୍କୃତ ହୋଇଛନ୍ତି ।

ଗୃହ ନିର୍ମାଣ ସଂସ୍ଥାର ଦାୟିତ୍ୱ ଗ୍ରହଣ କରିବା ପରିପ୍ରେକ୍ଷୀରେ ନୂତନ ଅଧ୍ୟକ୍ଷ ଭାବେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ କୃତଜ୍ଞତା ଜ୍ଞାପନ କରିବା ସହିତ ନିଷ୍ଠାର ସହିତ ହାଉସିଂ ବୋଡର଼୍ର ସର୍ବାଙ୍ଗୀନ ଉନ୍ନତି କରିବା ନିମନ୍ତେ କାର୍ଯ୍ୟ କରିବେ ବୋଲି ସେ ମତ ପ୍ରକାଶ କରିଛନ୍ତି । ରାଜ୍ୟ ହାଉସିଂ ବୋଡର଼୍ର ପଲିସି ଅନୁସାରେ ଇଡ଼ବ୍ଲୁ୍ୟଏସ ଓ ଏଲଆଇଜି ବର୍ଗର ଲୋକଙ୍କ ନିମନ୍ତେ ସୁଲଭ ମୂଲ୍ୟରେ ଘର ଯୋଗାଇ ଦେବାପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ । ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ଅନୁଯାୟୀ ଶୂନ୍ୟ ସହନଶୀଳତା ଏବଂ ୫ଟି ଅନୁସାରେ ସଂସ୍ଥାର କାର୍ଯ୍ୟକ୍ରମ ଆଗେଇ ନେବାପାଇଁ ନୂଆ ଅଧ୍ୟକ୍ଷ ତାଙ୍କ ଉଦବୋଧନରେ ଗୁରୁତ୍ୱ ଆରୋପ କରିଛନ୍ତି । ରାଜ୍ୟର ବିଭିନ୍ନ ସହରରେ ଥିବା ପ୍ରକଳ୍ପରେ ଗୃହ ଆବଣ୍ଟନ ପାଇଥିବା ହିତାଧିକାରୀମାନଙ୍କୁ ସେମାନଙ୍କର ଲିଜ୍ ହସ୍ତାନ୍ତର କରିବାପାଇଁ ଅତିଶିଘ୍ର ସରକାରଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।

ଏହି ପରିପ୍ରେକ୍ଷୀରେ ସଂସ୍ଥାର ସଚିବ, ବରିଷ୍ଠ ପଦାଧିକାରୀ ଓ କର୍ମଚାରୀ ଭାଇ-ଭଉଣୀ ମାନଙ୍କୁ ନିଷ୍ଠା ଓ ଏକତାର ସହ କାର୍ଯ୍ୟକରି ସଂସ୍ଥାକୁ ଆଗେଇ ନେବାକୁ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.