Latest Odisha News

BREAKING NEWS

ISRO ପକ୍ଷରୁ PSLV-C49 ର ସଫଳ ଉତ୍‌କ୍ଷେପଣ

ଆନ୍ଧ୍ରପ୍ରଦେଶ: ଆଜି ପୁଣି ଏକ ମାଇଲଖୁଂଟ ସ୍ଥାପନ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ୧୦ଟି ଉପଗ୍ରହ ନେଇ ଯାତ୍ରା କରିଛି ମହାକାଶ ଯାନ PSLV-C49 । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତିଶଧବନ ଲଂଚ ପ୍ୟାଡରୁ ଏହାର ଉତ୍‌କ୍ଷେପଣ କରାଯାଇଛି । ଉତ୍‌କ୍ଷେପଣ ସଫଳ ହୋଇଥିବା ନେଇ ଇସ୍ରୋ ଟ୍ୱିଟ୍ କରି ସୂଚନା ଦେଇଛି ।

ଏହାରି ମଧ୍ୟରେ ରହିଛି ରାଡାର ଇମେଜିଂ ସାଟେଲାଇଟ୍ POS-01, କୃଷି, ପରିବେଶ ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏହା ତଥ୍ୟ ଯୋଗାଇବାରେ ସହାୟକ ହେବ । ଏଥିସହ ଆଉ ୯ଟି ବିଦେଶୀ ଉପଗ୍ରହ ମଧ୍ୟ ଏହି ଲଂଚ ଭେଇକିଲ୍‌ରୁ ପ୍ରେରଣ କରାଯାଇଛି । ସେଥିରୁ ଲିଥୁଆନିଆର ୧ଟି, ଲକ୍ସେମ୍‌ବର୍ଗର ୪ଟି ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ୪ଟି ସାଟେଲାଇଟ୍‌ ରହିଛି। ଏବେ ଯାଏଁ ଇସ୍ରୋ ୩୨୮ଟି ବିଦେଶୀ ସାଟେଲାଇଟ୍‌କୁ ଅବସ୍ଥାପିତ କରିବାରେ ସଫଳ ହୋଇପାରିଛି ।

Leave A Reply

Your email address will not be published.