Latest Odisha News

ବାର୍ଡ ଫ୍ଲୁ ପ୍ରସଙ୍ଗ: ରିର୍ପୋଟ ଦେଲା କେନ୍ଦ୍ରୀୟ ଟିମ୍

ଭୁବନେଶ୍ବର: ରାଜ୍ୟରେ ଏବେ ବାର୍ଡ ଫ୍ଲୁର ବ୍ୟାପିବାରେ ଲାଗିଛି । ଏହା ଭିତରେ ଦୁଇ ଦିନିଆ ଗସ୍ତରେ କେନ୍ଦ୍ରୀୟ ଟିମ୍ ଆସି ସଂକ୍ରମିତ ଅଞ୍ଚଳ ବୁଲି ସମୀକ୍ଷା କରିଛନ୍ତି । ତେବେ ବ୍ୟାପୁଥିବା ବାର୍ଡ ଫ୍ଲୁର କାରଣ କୁକୁଡା ନ ହୋଇପାରେ ବୋଲି ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ଦେଇଛି କେନ୍ଦ୍ରୀୟ ଟିମ୍ ।

ଏହି କେନ୍ଦ୍ରୀୟ ଟିମ୍ ଆହୁରି କହିଛି ଯେ, ବାର୍ଡ ଫ୍ଲୁ ପାଇଁ ଜଙ୍ଗଲି ପଶୁପକ୍ଷୀ କାରଣ ହୋଇପାରନ୍ତି । ତେବେ ବାର୍ଡ ଫ୍ଲୁ କାରଣରୁ ବର୍ତ୍ତମାନ ସୁଦ୍ଧା କୌଣସି ବ୍ୟକ୍ତି ସଂକ୍ରମିତ ହୋଇନାହାନ୍ତି । ସଂକ୍ରମଣ ସନ୍ଦେହ କରି ପୂର୍ବରୁ ତିନି ଜଣଙ୍କୁ ଆଇସୋଲେସନରେ ରଖାଯାଇଥିଲା । ସେମାନଙ୍କର ରିପୋର୍ଟ ନେଗେଟିଭ ଆସିଛି । ଏନେଇ ଆଜି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଅଧିକ ଟେଷ୍ଟିଂ ଓ ସାମ୍ପଲ ବଢାଇବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ପୁରୀ ଜିଲ୍ଲାରେ ଏହି ସଂକ୍ରମଣ ବେଶି ବ୍ୟାପିଥିବା ବେଳେ ଏବେ ସେଠାକାର ସ୍ଥିତି ନିୟନ୍ତ୍ରାଧୀନ ଥିବା କୁହାଯାଉଛି ।

 

Comments are closed.