Latest Odisha News

BREAKING NEWS

କରୋନାଭାଇରସ ମହାମାରୀ; ମୃତ୍ୟୁ ସଂଖ୍ୟାରେ ଚୀନକୁ ଟପିଲା ଇଟାଲୀ

ଇଟାଲୀ: କରୋନାଭାଇରସ ସଂକ୍ରମଣରେ ଚୀନରେ ୩,୨୪୮ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଇଟାଲୀ ଏହି ମୃତ୍ୟୁସଂଖ୍ୟାକୁ ଅତିକ୍ରମ କରିଛି ।

ଏବେ ଇଟାଲୀରେ ମୃତ୍ୟୁ ସଂଖ୍ୟା ମୋଟ୍ ୩,୪୦୫ରେ ପହଞ୍ଚିଥିବା ବେଳେ ବିଶ୍ୱବ୍ୟାପୀ ଏହି ସଂଖ୍ୟା ପ୍ରାୟ ୧୦,୦୦୦ ଛୁଇଁଛି ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗତ ମାର୍ଚ୍ଚ ୧୬ରୁ ସଂକ୍ରମିତଙ୍କ ସଂଖ୍ୟା ୧୮୨,୪୯୦ରୁ ବୃଦ୍ଧି ପାଇ ମୋଟ ୨୪୬,୧୦୭ରେ ପହଞ୍ଚିଛି । ବର୍ତ୍ତମାନ ସମୟରେ ଏହି ଭାଇରସର ନୂତନ କେନ୍ଦ୍ରସ୍ଥଳ ୟୁରୋପୀୟ ଦେଶପାଲଟିଛି । ଯାହାଫଳରେ ଅନେକ ଦେଶ ଯାତାୟାତ ଲାଗି ସେମାନଙ୍କର ସୀମା ବନ୍ଦ କରିଛନ୍ତି । ଗତ ଗୁରୁବାର ଦିନ ଇଟାଲୀରେ ଗୋଟିଏ ଦିନରେ ୪୨୭ ଜଣଙ୍କର ମୃତ୍ୟୁ ଘଟିଛି।

ସେହିପରି ଯୁକ୍ତରାଷ୍ଟ୍ର ଆମେରିକାରେ ମୋଟ୍ ୧୪,୩୬୬ଟି ଆକ୍ରାନ୍ତ ମାମଲା ନଜରକୁ ଆସିଥିବା ବେଳେ ଭାରତରେ ଏହି ସଂଖ୍ୟା ୨୦୦ରେ ପହଞ୍ଚିଛି ।

Leave A Reply

Your email address will not be published.