Latest Odisha News

BREAKING NEWS

ଯୋଗମୁଦ୍ରାରେ ଯବାନ

ନୂଆଦିଲ୍ଲୀ : ଅନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଯୋଗ କରିଛନ୍ତି ଭାରତୀୟ ଯବାନ । ସୀମାକୁ ସୁରକ୍ଷା ଦାୟିତ୍ବରେ ମୁତୟନ ଯବାନମାନେ ଯୋଗମୁଦ୍ରାରେ ନଜର ଆସିଛନ୍ତି । ଲଦଖ ଓ ଜମ୍ମୁ କାଶ୍ମୀର ସୀମାରେ ଇଣ୍ଡୋ-ତିବେତାନ୍ ବୋର୍ଡର ପୋଲିସ ବା ଆଇଟିବିପି ଯବାନମାନେ ଯୋଗ କରିଛନ୍ତି । ସାମଜିକ ଦୂରତା ରକ୍ଷା କରି ସେମାନେ ସୂର୍ଯ୍ୟ ନମସ୍କାର କରିଛନ୍ତି । ଲଦଖରେ ଭୂପୃଷ୍ଠରୁ ୧୮ ହଜାର ଫୁଟ ଉଚ୍ଚରେ ମାଇନସ୍ ଜିରୋ ଡିଗ୍ରୀ ତାପମାତ୍ରାରେ ଆଇଟିବିପି ଯବାନ ଯୋଗ ଓ ପ୍ରାଣାୟମ କରିଛନ୍ତି ।

ସେହିପରି ଭାରତ-ଚୀନ ସୀମାନ୍ତରେ ମୁତୟନ ଆଇଟିବି ଯବାନ ବି ଯୋଗ ମୁଦ୍ରାରେ ନଜର ଆସିଛନ୍ତି । ଭୂପୃଷ୍ଠରୁ ୧୪ ହଜାର ଫୁଟ ଉଚ୍ଚତାରେ ଉତ୍ତରାଖଣ୍ଡର ବସୁଧରା ଗ୍ଲେସିୟରରେ ସେମାନେ ଯୋଗ କରିଛନ୍ତି । ସେହିପରି ଜମ୍ମୁ କାଶ୍ମୀର ସିଆରପିଏଫ୍ ପକ୍ଷରୁ ପାଳନ କରାଯାଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କରୋନା ମହାମାରୀ ଭିତରେ କିନ୍ତୁ ସମସ୍ତେ ସାମାଜିକ ଦୂରତା ରକ୍ଷା କରି ଯୋଗାସନ କରିଥିଲେ ।

Leave A Reply

Your email address will not be published.