Latest Odisha News

BREAKING NEWS

ଟାଇମ୍‌ସ ଅଲ୍ ଇଣ୍ଡିଆ ରାଙ୍କିଂ : ଆଇଟିଇଆର ପୂର୍ବାଞ୍ଚଳର ଶ୍ରେଷ୍ଠ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: ଟାଇମ୍ସ ଅଲ୍ ଇଣ୍ଡିଆ ଇଞ୍ଜିନିୟରିଂ ଇନ୍‌ଷ୍ଟିଚ୍ୟୁଟ୍‌ସ ରାଙ୍କିଂ ସର୍ଭେ ୨୦୨୩ରେ ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ଦେଶର ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ତୃତୀୟ ସ୍ଥାନ ହାସଲ କରିଛି ।

ମଙ୍ଗଳବାର ପ୍ରକାଶିତ ଏହି ର‌୍ୟାଙ୍କିଙ୍ଗରେ ୧୯୯୬-୯୭ ମସିହାରେ ପ୍ରତିଷ୍ଠିତ ଆଇଟିଇଆର୍ ଓଡ଼ିଶା ତଥା ପୂର୍ବାଞ୍ଚଳରେ ଶ୍ରେଷ୍ଠ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଭାବେ ପ୍ରଥମ ସ୍ଥାନରେ ରହିଛି ।

ଦେଶର ୧୨୫ଟି ଘରୋଇ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ତାଲିକାରେ ମଧ୍ୟ ଆଇଟିଇଆର୍ ଏହି ରାଙ୍କିଂରେ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବେଳେ ଗବେଷଣା କ୍ଷେତ୍ରରେ ଦେଶରେ ଚତୁର୍ଥ ଏବଂ ପୂର୍ବାଂଚଳରେ ସର୍ବୋଚ୍ଚ ସ୍ଥାନ ହାସଲ କରିଛି । ଦେଶର ୧୭୦ଟି ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନକୁ ନେଇ ଏହି ସର୍ଭେ କରାଯାଇଥିଲା ।

Leave A Reply

Your email address will not be published.