Latest Odisha News

କିଟ୍ ଓ କିସ୍‌ରେ ଅନ୍ତର୍ଜାତୀୟ ଯୋଗ ଦିବସ

ଭୁବନେଶ୍ୱର: ସମଗ୍ର ଭାରତର ବିଭିନ୍ନ ସ୍ଥାନରେ ୯ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଥିବା ବେଳେ କିଟ୍ ଓ କିସ୍‌ରେ ମଧ୍ୟ ବୁଧବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଚଳିତବର୍ଷର ବିଷୟବସ୍ତୁ ଥିଲା ‘ବସୁଧୈବ କୁଟୁମ୍ବକମ୍‍’ ।

କିଟ୍ ଓ କିସ୍ ପକ୍ଷରୁ ଏହି ଅବସରରେ ପ୍ରାତଃ ୬ଟା ସମୟରେ କିସ୍‍ ବିଶ୍ୱବିଦ୍ୟାଳୟ ଓ କିଟ୍‍ ବିଶ୍ୱବିଦ୍ୟାଳୟରେ ମିଳିତ ଭାବେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବା ସହ ଯୋଗାଭ୍ୟାସ କରାଯାଇଥିଲା । କିଟ୍‌, କିସ୍ ଓ କିମ୍‍ସର ପ୍ରାୟ ୫ହଜାର ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀ ଏକାଠି ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କିଟ୍‍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସସ୍ମିତା ସାମନ୍ତ କହିଲେ, ପ୍ରାଚୀନ କାଳରୁ ଭାରତରେ ଯୋଗ ଆରମ୍ଭ ହୋଇଥିଲା ।

ଯୋଗକୁ ଆନ୍ତର୍ଜାତିକସ୍ତରରେ ପହଞ୍ଚାଇବାରେ ଭାରତ ନେତୃତ୍ୱ ନେଇ ଆସିଛି । ବର୍ତ୍ତମାନ ଯୋଗ ସମଗ୍ର ବିଶ୍ୱରେ ଆଦୃତି ଲାଭ କରିଛି । ଯୋଗ ମାଧ୍ୟମରେ ଆମେ ଆମକୁ ସୁସ୍ଥ ରଖିବା ସହ ମାନସିକ ଶାନ୍ତି ଲାଭ କରିବା ବୋଲି ପ୍ରଫେସର ସାମନ୍ତ କହିଥିଲେ । ଏହି କାର୍ଯ୍ୟକ୍ରମରେ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କିସ୍‍ ବିଶ୍ୱବିଦ୍ୟାଳୟର କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟଙ୍କ ସମେତ ସମସ୍ତ ସ୍କୁଲ୍ ଓ ବିଭାଗୀୟ ଡିନ୍‌, ନିର୍ଦ୍ଦେଶକ ଓ କର୍ମଚାରୀମାନେ ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ । କିଟ୍‍ ଅଧ୍ୟାତ୍ମ୍ୟ ଓ ଯୋଗ ସ୍କୁଲ୍‍ ପକ୍ଷରୁ ଯୋଗ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା ।

Leave A Reply

Your email address will not be published.