Latest Odisha News

BREAKING NEWS

ଜଗା ପାଇଁ ପୋଡ ପିଠା : ମାଉସୀ ମାଆ ମନ୍ଦିରରେ ସ୍ୱତନ୍ତ୍ର ପଦ୍ଧତିରେ ପିଠା ପ୍ରସ୍ତୁତି

ପୁରୀ : ସ୍ନେହମୟୀ ଗୁଣ୍ଡିଚା ମାଉସୀ ମହାପ୍ରଭୁଙ୍କ ପାଇଁ ତିଆରି କରିଛନ୍ତି ପୋଡ଼ପିଠା , ଖାଦ୍ୟପ୍ରିୟ ମହାପ୍ରଭୁଙ୍କ ପାଖେ ଲାଗି ହେବ ପୋଡ଼ପିଠା  ।  ଦିନକ ପରେ ବାହୁଡ଼ା ଯାତ୍ରା ।  ବାହୁଡ଼ିବେ ମହାପ୍ରଭୁ । ମହାପ୍ରଭୁଙ୍କ  ବାହୁଡା ଯାତ୍ରାରେ ମାଉସୀ ମା’ ମନ୍ଦିରରେ ଶ୍ରୀଜିଉଙ୍କୁ ଲାଗି ହୁଏ ପୋଡପିଠା ଭୋଗ । ଏଥିପାଇଁ ସ୍ନେହମୟୀ ମାଉସୀ ଅତି ଶ୍ରଦ୍ଧାରେ ପ୍ରସ୍ତୁତ କରିଛନ୍ତି ପୋଡ ପିଠା । ଜଗା, ବଳିଆ ଓ ଭଉଣୀ ଶୁଭଦ୍ରାଙ୍କ ଠାରେ ଏହି ପୋଡପିଠା ଲାଗି ହେବ । ବିଭିନ୍ନ ପ୍ରକାର ସୁବାସିତ ଦ୍ରବ୍ୟର ମିଶ୍ରଣ କରି ଏହି ପୋଡ ପିଠା ପ୍ରସ୍ତୁତ କରାଯାଉଥିବା କହିଛନ୍ତି ମାଉସୀ ମା’ ମନ୍ଦିରର ପୂଜକ ।

ଅଟା, ଚିନି, ଛେନା, ଘିଅ, ଲବଙ୍ଗ, ଅଳେଇଚକୁ ମିଶ୍ରଣ କରି ସାରାରାତି ବାମ୍ଫରେ ସିଝାଯାଏ । ସକାଳୁ ଶୀତଳ କରି ଖଂଡ ଖଂଡ କାଟି ଭଲ ଘିଅରେ ଛଣା ଯାଇଥାଏ ।  ବିଭିନ୍ନ ପ୍ରକାର ସୁବାସିତ ଦ୍ରବ୍ୟର ମିଶ୍ରଣ କରାଯାଇ ପୋଡ଼ପିଠା ପ୍ରସ୍ତୁତି କରାଯାଉଛି ବୋଲି ମାଉସୀ ମା’ ମନ୍ଦିରର ପୂଜକ କହିଛନ୍ତି ।  ସକାଳୁ ସେସବକୁ ଶୀତଳ କରାଯାଇ ଖଣ୍ଡ ଖଣ୍ଡ କରି ଭଲ ଘିଅରେ ଛଣାଯାଏ ।

ପୋଡ଼ପିଠାକୁ ଜଗନ୍ନାଥଙ୍କ ପାଖରେ ଲଗାଯାଇଥିବା ବେଳେ ପରେ ଶ୍ରଦ୍ଧାଳୁଙ୍କୁ ବଣ୍ଟାଯାଇଥାଏ ।

 

Leave A Reply

Your email address will not be published.