ବୈପାରୀଗୁଡା: କୋରାପୁଟ ଜିଲ୍ଲା ବୈପାରୀଗୁଡା ଅଂଚଳରେ ବିଲୁଆ ଆତଙ୍କ । ବିଲୁଆ ଆକ୍ରମଣରେ ୬ ଗୁରୁତର । ସମସ୍ତ ଗୁରୁତରଙ୍କୁ ବୈପାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆଜି ସକାଳେ ଗାଁରେ ବିଲୁଆ ପଶି ଅନେକ ଲୋକଙ୍କୁ ଆକ୍ରମଣ କରିଛି ।
ସୂଚନାଥାଉକି, ବୈପାରୀଗୁଡା ବ୍ଲକର ଖରାଗୁଡା, କଦମଗୁଡା ଓ ବଡାଗୁଡାରେ ପ୍ରାୟ ୬ ଜଣକୁ ଆକ୍ରମଣ କରିଛି। ଲଗାତାର ବର୍ଷାର ପ୍ରକୋପ ବଢ଼ିବା ଫଳରେ ବିଲୁଆଙ୍କ ଗାଁ ଭିତରକୁ ପ୍ରବେଶ ହେବା ଯୋଗୁଁ ଏଭଳି ଘଟୁଛି ବୋଲି ଅନୁମାନ କରାଯାଉଛି । ଏ ଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।
ଖବରମୁତାବକ, ଜମିରେ ହଳ କଲାବେଳେ ,ଆଉ କିଏ ତ ପୋଖରୀରେ ଗାଧୁଆ ପାଇଁ ଗଲାବେଳେ ବିଲୁଆ ହାବୁଡ଼ରେ ପଡିଥିଲେ ଓ ବିଲୁଆ ଆକ୍ରମଣର ଶିକାର ହୋଇଛନ୍ତି ।

Comments are closed.