Latest Odisha News

BREAKING NEWS

ଓଡିଶା ଅଭିମୁଖେ ଜଗା-କାଳିଆ

ଭୁବନେଶ୍ୱର: ଏମ୍ସରେ ଚିକିତ୍ସିତ ହେଉଥିବା ଯୋଡାମୁଣ୍ଡ ଶିଶୁ ଜଗା-କାଳିଆ ଶୁକ୍ରବାର ଦିନ ନୂଆଦିଲ୍ଲୀରୁ ଓଡିଶା ଅଭିମୁଖେ ବାହାରିଛନ୍ତି ।

ଉଭୟ ଜଗା ଓ କାଳିଆ ରାଜଧାନୀ ଏକ୍ସପ୍ରେସ୍ ଯୋଗେ ଆଜି ବାହାରିବା ସହ ଗତକାଲି ସେମାନେ କଟକରେ ପହଞ୍ଚିବେ । ଏତଦବ୍ୟତିତ ସେମାନଙ୍କ ସହ କଟକ ବଡ ମେଡିକାଲର ୨ଜଣ ଡାକ୍ତର ମଧ୍ୟ ଆସୁଛନ୍ତି ।

ଦୁହେଁ ଓଡିଶା ଫେରିବା ପରେ କଟକ ବଡ ମେଡିକାଲରେ ଚିକିତ୍ସିତ ହେବେ ଏବଂ ଏଥିଲାଗି ମେଡିକାଲରେ ସମସ୍ତ ପ୍ରକାର ଅତ୍ୟାବଶ୍ୟକ ଚିକିତ୍ସା ସାମଗ୍ରୀର ବ୍ୟବସ୍ଥା କରାଯାଇଛି । ଉଭୟ ଏସସିବିର ଆଇସିୟୁରେ ଏବଂ ୬ଜଣ ବିଶେଷଜ୍ଞ ଡାକ୍ତରମାନଙ୍କ ନିରୀକ୍ଷଣରେ ରହିବେ ବୋଲି ଜଣାପଡିଛି ।

ସେମାନଙ୍କର ଓଡିଶା ଫେରିବା ନେଇ ନିକଟରେ ରାଜ୍ୟ ସରକାର ସ୍ପଷ୍ଟ କରିଥିଲେ ।

ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲାର ମିଲିପଡା ଗ୍ରାମରେ ରହୁଥିବା ଏହି ଦୁଇ ମୁଣ୍ଡଯୋଡା ଯାଆଁଳା ଶିଶୁ ଚିକିତ୍ସା ନିମନ୍ତେ ୨୦୧୭ ମସିହା ଜୁଲାଇ ମାସରେ ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି ହୋଇଥିଲେ । ପରେ ସେହିବର୍ଷ ଅକ୍ଟୋବର ୨୫ ତାରିଖରେ ପ୍ଲାଷ୍ଟିକ ସର୍ଜରୀ, ନ୍ୟୁରୋ ଆନେସ୍ଥେସିଆ ଓ ନ୍ୟୁରୋସର୍ଜରୀ ବିଭାଗର ପାଖାପାଖି ୩୦ ଜଣ ସ୍ପେଶାଲିଷ୍ଟ୍ ଡକ୍ଟର ପ୍ରାୟ ୧୧ ଘଣ୍ଟାର ମାରାଥନ୍ ଅପରେସନ ପରେ ସଫଳତାର ସହ ଯୋଡାମୁଣ୍ଡକୁ ଅଲଗା କରିପାରିଥିଲେ ।

Leave A Reply

Your email address will not be published.