ଭୁବନେଶ୍ୱର: ବାବ୍ରି ମସ୍ଜିଦକୁ ୫ ଏକର ଜମି ଦିଆଯିବା ପ୍ରସଙ୍ଗକୁ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ବିରୋଧ । ସେ କହିଛନ୍ତି, ଏହି ନିଷ୍ପତି ଆତଙ୍କବାଦ ଓ ଦେଶ ବିଭାଜନକୁ ପ୍ରୋତ୍ସାହିତ କରିବ । ଏପରିକି ଯେଉଁମାନେ ଏଭଳି ନିଷ୍ପତି ନେଉଛନ୍ତି ସେମାନେ ଦେଶରେ ଅରାଜକତା ସୃଷ୍ଟି କରିବାକୁ ଉସ୍କାଉଛନ୍ତି ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ ।
ସେ ଆହୁରି କହିଛନ୍ତି ଯେ, ବାବର ଭାରତକୁ ଆକ୍ରମଣ କରିଥିଲେ, ସେ ଆତଙ୍କବାଦୀ ଥିଲେ । ତାଙ୍କ ନାଁରେ ନିର୍ମାଣ ହୋଇଥିବା ଧର୍ମପୀଠର ପୁନଃ ନିର୍ମାଣ ପାଇଁ ଜମି ଦିଆଯିବା ଉଚିତ ନୁହେଁ । ବାବରକୁ ସମ୍ମାନ ଦେଇ ମସଜିଦ୍ ନିର୍ମାଣ ପାଇଁ ଅଯୋଧ୍ୟାରେ ଜାଗା ଦେବା ଏକ ବିଭାଜନ ସୃଷ୍ଟି କରିବ । କାରଣ ଅଯୋଧ୍ୟାରେ ଯେଉଁ ସ୍ଥିତି ତାହା ଆଗକୁ ମଥୁରା ଓ ବାରାଣସୀରେ ବି ସୃଷ୍ଟି ହେବ । ସରକାର ଏହି ନିଷ୍ପତିର ପୁନଃବିଚାର କରିବାକୁ ଶଙ୍କରାଚାର୍ଯ୍ୟ ଅନୁରୋଧ କରିଛନ୍ତି ।
ସୁପ୍ରିମକୋର୍ଟ ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ନିର୍ଦ୍ଦେଶ ଦେବା ସହ ମସଜିଦ ନିର୍ମାଣ ମଧ୍ୟ ପାଇଁ କହିଛନ୍ତି । ଏଥିପାଇଁ ମୁସଲିମ ପକ୍ଷକୁ ୫ ଏକର ଜମି ଯୋଗାଇ ଦିଆଯିବ ।
BREAKING NEWS
- ୨୦୨୧ ବେଙ୍ଗଲ ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାରେ CBIର ବଡ଼ ନିଷ୍ପତ୍ତି: ସୁପ୍ରିମକୋର୍ଟରୁ ପ୍ରତ୍ୟାହାର ହେଲା ପ୍ରାୟ ୨୦ଟି ଆବେଦନ
- ଲ୍ୟାଣ୍ଡଫଲ୍ ପରେ ଦୁର୍ବଳ ହେଉଛି ‘ଅର୍ଣ୍ଣବ’; ଆନ୍ଧ୍ରପ୍ରଦେଶରେ ୩ ମୃତ, ଓଡ଼ିଶାରେ ପ୍ରଭାବ…
- ବାତ୍ୟା ‘ଅର୍ଣ୍ଣବ’: ଓଡ଼ିଶାରେ କୌଣସି ବଡ଼ କ୍ଷୟକ୍ଷତି ହୋଇନି
- ମାନସିକ ଚାପ ସହି ନପାରି ଆତ୍ମହତ୍ୟା କଲେ ୩ ଥରର ଏସୀୟ ପାରା ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଯାଦବ !
- ଯାଜପୁର ସରକାରୀ ପଲିଟେକନିକରେ ଅଧ୍ୟାପକଙ୍କ ବିଶୃଙ୍ଖଳିତ ଆଚରଣ, ୩ ନିଲମ୍ବିତ…
- ତାଣ୍ଡବ ରଚୁଛି ବାତ୍ୟା ‘ଅର୍ଣ୍ଣବ’; ଗଛ ପଡ଼ି ମହିଳା ମୃତ
- Man Married 4 Times: ଲୁଚେଇ ଛପେଇ ୪ ବିବାହ! ଗର୍ଭବତୀ ହେବା ପରେ ଚତୁର୍ଥ ପତ୍ନୀଙ୍କୁ ମିଳିଲା ସତ! ତଥାପି ବଦଳିଲାନି ପ୍ରକୃତି…ବନ୍ଧା ହେଲେ ଦୁର୍ବୃତ୍ତ
- ପୁରୁଣା ତେଲ ଟାଙ୍କିକୁ କାଟୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ; ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା
- Gold Walkway: ଏଠି ହାତ ମାରି ହେଉନି ସୁନା, ସେଠି ସୁନାରେ ତିଆରି ହେବ ରାସ୍ତା! ଚାଲିବେ ୨୪ କ୍ୟାରେଟ୍ ଗୋଲ୍ଡ ଓ୍ୱାକ୍ୱେରେ…
- Cyclone Arnab: ଆନ୍ଧ୍ରରେ ଘାଣ୍ଟୁଛି, ଓଡିଶାରେ କାଚୁଛି; ଆଗାମୀ ୧୨ ଘଣ୍ଟାରେ ଆହୁରି ଦୁର୍ବଳ ହେବ ବାତ୍ୟା! ଜାଣନ୍ତୁ କେଉଁ ଆଡେ ଗତି କରୁଛି ବାତ୍ୟା ‘ଅର୍ଣ୍ଣବ’…

Comments are closed.