Latest Odisha News

BREAKING NEWS

ନିର୍ବାଚନୀ ପ୍ରଚାର ବେଳେ ପଥର ମାଡ, ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡରେ ଗଭୀର ଆଘାତ

ବିଶାଖାପାଟନମ୍: ନିର୍ବାଚନୀ ପ୍ରଚାର ବେଳେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ପଥର ମାଡ଼ ହୋଇଛି । ବିଜୟୱାଡାରେ ଏକ ରୋଡ ସୋ’ କରୁଥିବା ବେଳେ ଏହି ପଥର ମାଡ ହୋଇଛି । ଏଥିରେ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡିଙ୍କ ମୁଣ୍ଡ ଓ ଆଖିରେ ଆଘାତ ଲାଗିଛି । ସଙ୍ଗେ ସଙ୍ଗେ ତାଙ୍କର ଆଶୁ ଚିକିତ୍ସା କରାଯାଇଥିଲା ।

ଗତ ରାତିରେ ଜଗନ ମୋହନ ବିଜୟୱାଡାରେ ରୋଡ ସୋ’ କରୁଥିଲେ । ବସ୍ ରେ ଠିଆ ହୋଇ ଜଗନ ଲୋକଙ୍କୁ ହାତ ହଲାଉ ଥିଲେ । ଏହି ସମୟରେ ଭିଡ ଭିତରୁ କେହି ଅଜଣା ବ୍ୟକ୍ତି ଆସି ହଠାତ୍ ତାଙ୍କ ଉପରକୁ ପଥର ମାଡ କରିଥିଲା । ପଥର ଜଗନଙ୍କ ବାମ ଆଖିରେ ଉପରେ ବାଜିଥିଲା ଏଥିରେ ସାମାନ୍ୟ କ୍ଷତ ହୋଇଯାଇଥିଲା ।

ଡାକ୍ତରମାନେ ତୁରନ୍ତ ବସ୍‌ରେ ଜଗନଙ୍କୁ ଆଶୁ ଚିକିତ୍ସା କରିଥିଲେ । ଚିକିତ୍ସା ପରେ ପୁଣି ଜଗନ୍ ତାଙ୍କ ରୋଡ ସୋ’ ଜାରି ରଖିଥିଲେ । ଏହି ଘଟଣା ପରେ ୱାୟୀଏସଆରସିପି କର୍ମୀ ଟିଡିପି ଉପରେ ଏହି ପଥର ମାଡ଼ ଅଭିଯୋଗ ଆଣିଛନ୍ତି ।

ସେପଟେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ ପରେ ଟ୍ୱିଟ୍ କରି ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଜଗନ ମୋହନ ରେଡ୍ଡୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ସେହିପରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏହି ଆକ୍ରମଣ ଘଟଣାକୁ କଡ଼ା ନିନ୍ଦା କରିବା ସହ ଜଗନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ‘ଏକ୍ସ’ ରେ ସେ ଲେଖିଛନ୍ତି, ‘ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଉପରେ ପଥର ମାଡକୁ ମୁଁ ଦୃଢ ନିନ୍ଦା କରୁଛି । ରାଜନୈତିକ ମତଭେଦ କେବେ ବି ହିଂସା ଯାଏଁ ବଢିବା ଅନୁଚିତ’ ।

Leave A Reply

Your email address will not be published.