Latest Odisha News

BREAKING NEWS

‘ଶ୍ରୀକ୍ଷେତ୍ର ସୁରକ୍ଷା ବାହିନୀ’ ଓ ‘ଜଗନ୍ନାଥ ସେନା’ ପକ୍ଷରୁ ଆସନ୍ତାକାଲି ପୁରୀ ବନ୍ଦ ଡାକରା

ପୁରୀ: ଚଳିତ ବର୍ଷ ଅନୁଷ୍ଠିତ ହେବ ନାହିଁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ।ଏନେଇ ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ । ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ରଥଯାତ୍ରା ବନ୍ଦ କରିବା ସପକ୍ଷରେ ରଚନା କରିଥିବା ଯୋଜନା ସଫଳ ହୋଇଥିବା “ଶ୍ରୀ କ୍ଷେତ୍ର ସୁରକ୍ଷା ବାହିନୀ” ଓ ଜଗନ୍ନାଥ ସେନା ପକ୍ଷରୁ ଦାବି ହୋଇଛି । ଏନେଇ ଆସନ୍ତାକାଲି ଶୁକ୍ରବାର ଦିନ ଉଭୟ ସଙ୍ଗଠନ ପକ୍ଷରୁ ଶାନ୍ତିପୂର୍ଣ୍ଣ ପୁରୀ ବନ୍ଦ ଡାକରା ଦିଆଯାଇଛି।

ସୁଚାନୁଯାୟୀ, ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଓଡିଶା ବିକାଶ ପରିଷଦ ହାଇକୋର୍ଟଙ୍କ ରାୟ ଲାଗୁ ନ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଯାହାର ଶୁଣାଣି କରି ମାନ୍ୟବର ସୁପ୍ରିମକୋର୍ଟ ରଥଯାତ୍ରା ନ କରିବା ପାଇଁ ଆଜି ଆଦେଶ ଦେଇଛନ୍ତି ।
ମାନ୍ୟବର ସୁପ୍ରିମକୋର୍ଟ ରାୟ ପ୍ରଦାନ କରିବା ପରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଏହି ଆଦେଶର ପୁନଃ ବିଚାର କରାଯାଉ ବୋଲି ଦାବି କରାଯାଇଛି । ଶ୍ରୀଜଗନ୍ନାଥ ସେନା ଏବଂ ଶ୍ରୀକ୍ଷେତ୍ର ସୁରକ୍ଷା ବାହିନୀ ପକ୍ଷରୁ ଆଜି ଅପରାହ୍ନରେ ଶ୍ରୀନଅର ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଗଜପତି , ରାଜ୍ୟସରକାର ଷଡ଼ଯନ୍ତ୍ର କରି ମହାପ୍ରଭୁଙ୍କ ରଥଯାତ୍ରାକୁ ବନ୍ଦ କରିଥିବା ଅଭିଯୋଗ କରିଛନ୍ତି । ତେଣୁ ଶୁକ୍ରବାର ଦିନ ଶାନ୍ତିପୂର୍ଣ୍ଣ ଭାବରେ  ସହରକୁ  ବନ୍ଦ କରିବାକୁ ଉଭୟ ସଂଗଠନ ପକ୍ଷରୁ ଆହ୍ୱାନ ପ୍ରଦlନ କରାଯାଇଛି । ସକାଳ ୬ ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି ।

 

Leave A Reply

Your email address will not be published.